ପାଗଳ ଭୂମିକାରେ ଆସୁଛନ୍ତି ଏହି ଅଭିନେତା

ଭୁବନେଶ୍ୱର: ଏମିତି ଏକ କଳାକାର ଅଛନ୍ତି,ଯେଉଁମାନଙ୍କ ଡ୍ରିମ୍‌ ରୋଲ୍‌ ହେଉଛି ପାଗଳ ଚରିତ୍ର। ଏମାନଙ୍କ ମଧ୍ୟରୁ ଜଣେ ହେଲେ ବିଜୁ ବଡ଼ଜେନା। ଓଲିଉଡ଼୍‍ର ଏହି ଲୋକପ୍ରିୟ ଅଭିନେତାଙ୍କୁ ତାଙ୍କ ମନପସନ୍ଦ ର ଭୂମିକା ମିଳିଛି ଡ୍ରିମ୍‌ ମିଡ଼ିଆ ବ୍ୟାନର୍‌ରେ ନିର୍ମିତ ‘ଆଣ୍ଟି ନମସ୍କାର’ରେ। ହଁ ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବଜୁଙ୍କୁ ମୂଳରୁ ପାଗଳ ଭୂମିକାରେ ଦେଖିବାକୁ ମିଳିବ । କିନ୍ତୁ କ୍ଲାଇମାକ୍ସ୍‍ରେ ଜଣା ପଡ଼ିବ ଯେ,ସେ ପ୍ରକୃତରେ ପାଗଳ ନୁହଁନ୍ତି,ବରଂ ସିବିଆଇ ଅଫିସର୍‌।

ସେ ଜଣେ ଭଣ୍ଡ ବାବାର କଳାକାରନାମାର ପର୍ଦ୍ଦାଫାସ କରିବା ସକାଶେ ପାଗଳ ଭଳି ଅଭିନୟ କରୁଥିଲେ। ‘ଆଣ୍ଟି ନମସ୍କାର’ର ଅନ୍ୟ ପ୍ରମୁଖ କଳାକାରମାନଙ୍କ ମଧ୍ୟରେ ଅଛନ୍ତି ଶ୍ରୀତମ୍‌ ଦାସ,ଜୀନା,ଜର୍ଜ ତିଆଡ଼ି,ସାତ୍ୟକୀ ମିଶ୍ର,ରବି ମିଶ୍ର,କାଳୀ ,ଅମର ଓ ସୁମନ୍‌ ପ୍ରମୁଖ।

ବିଜୁ ବଡ଼ଜେନା ଇତି ମଧ୍ୟରେ ୫୦ରୁ ଅଧିକ ସିନେମାରେ ଅଭିନୟ କରି ସାରିଲେଣି। ସେ ଖଳନାୟକ ଓ ଚରିତ୍ର ଅଭିନେତାଭାବେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର