ମୁମ୍ବାଇ : ବଲିଉଡ୍ରେ ଯେବେ ବି ବୋଲ୍ଡ ଦୃଶ୍ୟର କଥା ଉଠେ ସେତେବେଳେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ବିନୋଦ ଖନ୍ନାଙ୍କ ଫିଲ୍ମ ‘ଦୟାବାନ’ କଥା ମନକୁ ଆସେ । ଏହି ଫିଲ୍ମରେ ଥିବା ‘ଆଜ୍ ଫିର୍ ତୁମ୍ପେ ପ୍ୟାର୍ ଆୟା ହେ’ ଗୀତରେ ମାଧୁରୀ ଏବଂ ବିନୋଦ ଖାନ୍ନା ଦେଇଥିବା ଦୃଶ୍ୟ ଆଜି ବି ସମସ୍ତଙ୍କ ମନରେ ରହିଛି। କୁହାଯାଏ ଗୀତଟି ସେଥିରେ ଥିବା ଦୃଶ୍ୟ ପାଇଁ ହିଁ ହିଟ୍ ହୋଇଥିଲା । ସେ ସମୟରେ ବିନୋଦ ଖାନ୍ନାଙ୍କ ସହ ଫିଲ୍ମ କରିବା ପାଇଁ ସବୁ ଅଭିନେତ୍ରୀ ଡରୁଥିବା ବେଳେ ମାଧୁରୀ ଫିଲ୍ମ କରିବା ପାଇଁ ରାଜି ହୋଇଥିଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିଥିଲା ।
ସୂଚନା ମୁତାବକ, ଫିରୋଜ ଖାନଙ୍କ ଫିଲ୍ମ ‘ଦୟାବାନ’ର ଏକ ଚୁମ୍ବନ ଦୃଶ୍ୟର ସୁଟିଂ ଚାଲୁଥିବା ସମୟରେ ବିନୋଦ ଖାନ୍ନା ମାଧୁରୀଙ୍କୁ ଦେଖି ନିଜ ଉପରୁ ନିୟନ୍ତ୍ରଣ ହରାଇବା ସହ ମାଧୁରୀଙ୍କ ଓଠକୁ କାମୁଡ଼ି ଦେଇଥିଲେ । ଯାହା ଦ୍ୱାରା ମାଧୁରୀଙ୍କ ଓଠରେ ଆଘାତ ଲାଗିଥିଲା । ପରେ ମାଧୁରୀ ଫିଲ୍ମରୁ ଏହି ଦୃଶ୍ୟ ହଟାଇବା ପାଇଁ ଫିରୋଜ ଖାନଙ୍କ କହିବା ସତ୍ତ୍ୱେ ବି ସେ ଦୃଶ୍ୟ ହଟି ନଥିଲା। ଫିଲ୍ମ ରିଲିଜ୍ ପରେ ସେହି ଦୃଶ୍ୟକୁ ନେଇ ମାଧୁରୀଙ୍କୁ ଅନେକ କଥା ଶୁଣିବାକୁ ପଡ଼ିଥିଲା । ଯାହା ପାଇଁ ସବୁବେଳେ ମାଧୁରୀ ସେହି ସମୟକୁ ନିଜ ଫିଲ୍ମ ଜୀବନର ସବୁଠାରୁ ଖରାପ ସମୟ ବୋଲି ଭାବି ଆସିଛନ୍ତି ।