ବିପାଶା ବସୁ ଓ ତାଙ୍କ ପତିଦେବ କରଣ ସିଂହ ଗ୍ରୋଭର୍ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଫିଲ୍ମ ପାଇଁ ନୁହେଁ, ଅନ୍ୟ ଅନେକ କାରଣ ପାଇଁ। ସେମାନଙ୍କ ବାହାଘରକୁ ନେଇ ତ ଭାରି ଚର୍ଚ୍ଚା ହୋଇଥିଲା, ତା’ପରେ ହନିମୁନ୍ରେ ଯାଇ ସେମାନେ ଉଠାଇଥିବା ଫଟୋସବୁ ବି ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ପ୍ରକାଶିତ ହୋଇ ରୋଚକ ଆଲୋଚନାର ଢେର୍ ଖୋରାକ ଯୋଗାଇଥିଲା। ତା’ପରେ ଏକ କଣ୍ଡୋମ୍ର ବିଜ୍ଞାପନରେ ଦୁହିଁଙ୍କର ହଟ୍ ଛବି ମଧ୍ୟ ବେଶ୍ ଚର୍ଚ୍ଚିତ ହେଲା। ଏଇ କିଛିଦିନ ତଳେ ସେମାନଙ୍କୁ ନେଇ ଚର୍ଚ୍ଚା କରିବାଲାଗି ଲୋକଙ୍କୁ ଆଉ ଗୋଟିଏ ସୁଯୋଗ ମିଳି ଯାଇଛି। ତା’ ହେଉଛି- ବିପାଶା ଗର୍ଭବତୀ।
ଏସବୁ ଆରମ୍ଭ ହୋଇଛି ଏକ ହସ୍ପିଟାଲ୍ ସାମନାରେ ଦୁହିଁଙ୍କର ଏକ ଫଟୋରୁ। ସେଥିରୁ ଲୋକେ ଅନୁମାନ କରି ନେଇଥିଲେ ଯେ ବିପାଶା ଗର୍ଭବତୀ ଅଛନ୍ତି। ସେ ଖବରକୁ ସେମାନେ ଅନୁମାନ ନୁହେଁ, ସତ ଭାବେ ସୋସିଆଲ୍ ମିଡିଆରେ ପ୍ରଚାର କରିଦେଲେ। କିଛି ଅଧିକ ଉତ୍ସାହିତ ଲୋକ ତ ଫଟୋସପ୍ରେ ବିପାଶା ଗର୍ଭବତୀ ହୋଇଥିବା ଭଳି ମିଛ ଫଟୋ ତିଆରି କରି ଛାଡ଼ି ଦେଇଥିଲେ।
କିଛିଦିନ ନିରବ ରହିବା ପରେ ଏବେ ବିପାଶା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ଵିଟର୍ରେ ସେ ଏ ଖବର ମିଛ ବୋଲି କହି ମାମଲାକୁ ସ୍ପଷ୍ଟ କରି ଦେଇଛନ୍ତି। ଖାଲି ସେତିକି ନୁହେଁ, ସେ ଏସବୁ ଭୀଷଣ କ୍ରୋଧର ସହିତ କହିବା ଭଳି ମନେ ହେଉଛି। ସେ ଯାହା ଲେଖିଛନ୍ତି, ତା’ର ଓଡ଼ିଆ ଏମିତି ହେବ, ‘‘ମତେ ପୁଣି ଆଉ ଥରେ ବିରକ୍ତ କରା ଯାଉଛି। ମୁଁ କାର୍ରେ ବସିଥିବାବେଳେ ନିଜ ବ୍ୟାଗ୍କୁ କୋଳରେ ରଖିଥିଲି। ସେଇ ଫଟୋରୁ ଲୋକେ ଭାବିନେଲେ ଯେ ମୁଁ ଗର୍ଭବତୀ ଓ ସେ ଖବରକୁ ପ୍ରଚାର କରିଦେଲେ! ମୁଁ ଗର୍ଭବତୀ ନୁହେଁ। ମତେ ଭାରି ରାଗ ଲାଗୁଛି। .... ଚୁପ୍ ରୁହନ୍ତୁ। (ଲୋକେ ଯେବେ ଚାହିବେ, ସେବେ ନୁହେଁ) ଆମେ ଯେବେ ଚାହିବୁ, ତାହା ସେବେ ହେବ।’’
ବିପାଶାଙ୍କ ରାଗ
/sambad/media/post_attachments/wp-content/uploads/2018/01/bipasha-story_647_031017102301.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)