ନିଜଠାରୁ ୧୩ ବର୍ଷ ବଡ଼ ଏହି ମଡେଲ୍‌ଙ୍କ ସହ ଆଫେଆର୍‌ ରଖିଥିଲେ ବିପାଶା !

ମୁମ୍ବାଇ: ବଲିଉଡର ହଟ୍‌ ବେବ୍  ବିପାଶା ବସୁ  ଆଜିକାଲି ଅଭିନୟ ଅପେକ୍ଷା ନିଜର ବୈବାହିକ ଜୀବନକୁ ଅଧିକ ଉପଭୋଗ କରୁଛନ୍ତି, ତଥାପି ତାଙ୍କୁ ଦର୍ଶକ ଭୁଲି ନାହାଁନ୍ତି। ପ୍ରଥମେ ମଡେଲିଂ ଓ ତା’ପରେ ଆକ୍ଟିଂରେ କ୍ୟାରିଅର୍‌ ଗଢିଲେ ବିପାଶା । ସେ ପ୍ରଖ୍ୟାତ ନିର୍ଦ୍ଦେଶକ ଯୋଡ଼ି ଅବ୍‌ବାସ-ମସ୍ତାନଙ୍କ ଫିଲ୍ମ‘ଅଜନବୀ’ ଜରିଆରେ ନାୟିକା ଭାବେ ଏଣ୍ଟ୍ରି ନେଇଥିିଲେ ବଲିଉଡରେ। ତା’ପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।

photo-aboutpathankot.com

ବିପାଶା ବସୁ  ନିଜର ଆଫେଆର୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି।  ମୁମ୍ବାଇରେ ଷ୍ଟ୍ରଗଲ୍‌ କରୁଥିବା ବେଳେ ମଡେଲ୍‌ ଟର୍ଣ୍ଣଡ୍‌ ଆକ୍ଟର୍‌ ମିଲିନ୍ଦ ସୋମନ୍‌ଙ୍କ ସହ ବିପାଶାଙ୍କର ପ୍ରଥମ ଭେଟ ହୋଇଥିଲା। ତା’ପରେ ସେ ଦୁହେଁ ଡେଟ୍‌ କରିଥିଲେ। ମିଲିନ୍ଦ ବିପାସାଙ୍କ ଠାରୁ ବୟସରେ ପ୍ରାୟ ୧୩ ବର୍ଷ ବଡ଼। ହେଲେ ସେମାନଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। କୁହାଗଲା ଯେ ଯେଉଁ ସମୟରେ ଆଫେଆର୍‌ ଚାଲିଥିଲା, ସେତେବେଳେ ମିଲିନ୍ଦ ଜଣେ ସୁପର ମଡେଲ୍‌ ଥିବା ହେତୁ ସେ ବିପାଶାଙ୍କୁ ଆଗକୁ .ନେବାକୁ ଚାହୁଁ ଥିଲେ, ହେଲେ ବିପାଶା ନିଜର ପରିଶ୍ରମ ବଳରେ ୧୯୯୬ରେ ଗୋଦରେଜ୍‌ ସିନ୍ଥୋଲ ସୁପର ମଡେଲ୍‌ ପ୍ରତିଯୋଗିତାରେ ବିଜେତା ହୋଇଥିଲେ। ଏହାକୁ ସହି ପାରି ନ ଥିଲେ ମିଲିନ୍ଦ। ଏହାପରେ ମିଲିନ୍ଦ ବିପାଶାଙ୍କଠାରୁ ଦୂରେଇ ଯାଇଥିଲେ। ମିଲିନ୍ଦ ବିପାଶାଙ୍କ ବ୍ରେକ୍‌ଅପ୍‌ ବି ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା ।

ସମ୍ବନ୍ଧିତ ଖବର