ବିବାହର ୬ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ବିପାଶା ବସୁ !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହକୁ ୬ବର୍ଷ ପୁରିଛି। ବିବାହର ୬ବର୍ଷ ପରେ ଦୁହେଁ ମାତାପିତା ହେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏହି ଦମ୍ପତି ୨୦୧୬ମସିହାରେ ବିବାହ କରିଥିଲେ। ସେବେଠାରୁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କେବେ ପିତାମାତା ହେବେ, ସେହି ଦିନକୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିଲେ। ବର୍ତ୍ତମାନ ବିବାହର ୬ବର୍ଷ ପରେ, ଏହି ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି। ଯେଉଁଥି ପାଇଁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି।

ଇଂରାଜୀ ୱେବସାଇଟ୍ ପିଙ୍କଭିଲ୍ଲାର ଖବର ଅନୁଯାୟୀ, ବିପାଶା ବସୁ ଏବେ ଗର୍ଭବତୀ ଅଛନ୍ତି। ତେବେ ଅଦ୍ୟାବଧି ବିପାଶା କି କରଣ ସିଂ ଗ୍ରୋଭର, କେହି ମଧ୍ୟ ଏହି ଖବରକୁ ନିଶ୍ଚିତ କରିନାହାନ୍ତି। କିନ୍ତୁ ଆଶା କରାଯାଉଛି ଯେ ଦୁହେଁ ଶୀଘ୍ର ଏନେଇ ଘୋଷଣା କରିବେ। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହେବା ସହ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। କିଛି ଲୋକ ଦୁହିଁଙ୍କୁ ଏଖବରକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି।

ଉଲ୍ଲେଖଯୋଗ୍ୟ, ବିପାଶା ବସୁଙ୍କ ସହ ଏହା କରଣ ସିଂ ଗ୍ରୋଭରଙ୍କ ତୃତୀୟ ବିବାହ। ଦୁହେଁ ପ୍ରଥମେ ଭୂଷଣ ପଟେଲଙ୍କ ଚଳଚ୍ଚିତ୍ର ଏଲୋନରେ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ର ୨୦୧୫ମସିହାରେ ରିଲିଜ ହୋଇଥିବା ବେଳେ ଏହା ପରେ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପରସ୍ପରର ଅତି ନିକଟତର ହୋଇଥିଲେ। ପ୍ରାୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୬ ମସିହାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଦୁଇଜଣଙ୍କର ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା। ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର