ମୁମ୍ବାଇ: ଅଭିନେତ୍ରୀ ମୃଣାଳ ଠାକୁରଙ୍କର ଏକ ବୟାନ ବରିଷ୍ଠ ଅଭିନେତ୍ରୀ ବିପାଶା ବସୁଙ୍କୁ ପାଟି ଖୋଲିବା ପାଇଁ ବାଧ୍ୟ କରିଦେଇଛି। ମୃଣାଳଙ୍କ ମନ୍ତବ୍ୟ ପରେ ସିଧା ସଳଖ ନହେଲେ ବି ତାଙ୍କୁ ଟାର୍ଗେଟ କରି ଉଚିତ ଜବାବ ଦେଇଛନ୍ତି ବିପାଶା।
ମୃଣାଳଙ୍କର ଏକ ପୁରୁଣା ଭିଡିଓ ଏବେ ଭାଇରାଲ୍ ହେଉଛି। ଯେଉଁଥିରେ ସେ ବିପାଶାଙ୍କୁ ପୁରୁଷ ପରି ଦେଖା ଯାଉଥିବା ବର୍ଣ୍ଣନା କରିଛନ୍ତି। ମୃଣାଳଙ୍କ କହିବା କଥା ହେଲା ବିପାଶା ବସୁଙ୍କ ଶରୀର ମର୍ଦ ଶରୀର ପରି।
ଏବେ ବିପାଶା ଏବେ ପ୍ରତିକ୍ରିୟା ରଖିଛନ୍ତି। ଯାହାକୁ ଲୋକେ ମୃଣାଳଙ୍କ ବୟାନର ପ୍ରତିକ୍ରିୟା ବୋଲି ଭାବୁଛନ୍ତି। ବିପାଶା କହିଛନ୍ତି ଯେ ‘‘ମଜ୍ବୁତ୍ ମହିଳା ଜଣେ ଅନ୍ୟ ଜଣଙ୍କୁ ଉପରକୁ ଉଠାନ୍ତି। ନିଜକୁ ଭଲପାଇବା ଶିଖନ୍ତୁ। ମୁଁ ସମସ୍ତ ମହିଳାଙ୍କୁ ‘ମସଲ୍ସ’ ବନାଇବାକୁ କହିବାକୁ ଚାହୁଁଛି। କାରଣ ନିଜକୁ ଶକ୍ତ କରିବା ଜରୁରୀ। ‘ମସଲ୍ସ’ ବନାଇବେ ତ ଆପଣ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥକର ଅନୁଭବ କରିବେ। ମହିଳା ମଜ୍ବୁତ୍ ବନିପାରିବେ ନାହିଁ ବୋଲି ରହି ଆସିଥିବା ପୁରୁଣା କଥାକୁ ମିଥ୍ୟା ପ୍ରମାଣିତ କରନ୍ତୁ। ପୁରୁଣା ବିଚାରରୁ ବାହାରକୁ ବାହରନ୍ତୁ। ନିଜକୁ ଶକ୍ତ କରିବା ଆଦୌ ଖରାପ ନୁହେଁ। ନିଜେ ସୁସ୍ଥ ରହିଲେ ଭଲ ଅନୁଭବ ହେବ।
ଆମେ ଏଠାରେ ଜଣାଇ ଦେଉଛୁ ଯେ ମୃଣାଳ କହିଥିଲେ କି ବିପାଶାଙ୍କ ମାଂସପେଶୀ ମର୍ଦ ପରି। କେବଳ ସେତିକି ନୁହେଁ; ସେ ନିଜ ସହ ବିପାଶାଙ୍କ ତୁଳନା ବି କରିଥିଲେ। ତେବେ ମୃଣାଳ ଏବେ ଧନୁଷଙ୍କ ସହ ସଂପର୍କରେ ଥିବା ନେଇ ଚର୍ଚ୍ଚାରେ ରହିଛନ୍ତି। ତେବେ ବିପାଶା ଏବେ ଗ୍ଲାମର୍ ଦୁନିଆରୁ ଦୂରରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/13/new-project-43-2025-08-13-18-58-31.jpg)