ଚର୍ଚ୍ଚାରେ ବିପାଶା-କରଣଙ୍କ ବିଜ୍ଞାପନ ଫିଲ୍ମ

ବିପାଶା ବସୁ ଓ ତାଙ୍କ ପତି କରଣ ସିଂହ ଗ୍ରୋଓ୍ଵର ପୁଣି ଥରେ ଚର୍ଚ୍ଚାରେ। ଏ ଥର ଚର୍ଚ୍ଚା ଏକ ବିଜ୍ଞାପନ ଫିଲ୍ମକୁ ନେଇ। ସ୍ୱୟଂ ବିପାଶା ‘ଇନ୍‌ଷ୍ଟାଗ୍ରାମ୍‌’ରେ ବିଜ୍ଞାପନଟିକୁ ଛାଡ଼ିଛନ୍ତି। ବିଜ୍ଞାପନଟି କଣ୍ଡୋମ୍‌ର। ଦୁହେଁ ବେଶ୍‌ ଯୌନ-ଉଦ୍ଦୀପକ ଦିଶୁଛନ୍ତି ଏବଂ ଗୁପ୍ତ ବିଷୟରେ ଖୋଲାଖୋଲି କଥା ହେଉଛନ୍ତି। ବିଜ୍ଞାପନ ଭିଡିଓ ସହ ଦୁଇ-ଚାରି ଧାଡ଼ି ଲେଖିବା ପାଇଁ ବିପାଶା ପଛାଇନାହାନ୍ତି। ଲେଖିଛନ୍ତି: ଜନସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ୱରେ ଦ୍ୱିତୀୟ। ଏହା ଏକ ଗଂଭୀର ସମସ୍ୟା ହୋଇଥିବା ସତ୍ତ୍ୱେ ଭାରତୀୟମାନେ କଣ୍ଡୋମ୍‌ ଓ ଯୌନ-ମିଳନ ବାବଦରେ ଆଲୋଚନା କରିବାକୁ ଲାଜଉଛନ୍ତି। କଣ୍ଡୋମ୍‌ର ବ୍ୟବହାର ପ୍ରସଙ୍ଗ ଉପରେ ଆଲୋଚନା ଜରୁରୀ। ଏହା ଦ୍ୱାରା ଦେଶ ଓ ଦେଶବାସୀଙ୍କର ହିଁ ମଙ୍ଗଳ। ଏହା ଦ୍ୱାରା ପରିବାର ନିୟୋଜନ ହେବ। ପୁଣି, ଯୌନ-ସଂପର୍କ ସୁରକ୍ଷିତ ହୋଇପାରିବ। ଏକ ଅତ୍ୟାଧୁନିକ ଦଂପତି ଭାବେ, ଦୁହେଁ ଏଥିରେ ବିଶ୍ୱାସ କରନ୍ତି; ତେଣୁ, ଏକତ୍ର ବିଜ୍ଞାପନ ଫିଲ୍ମରେ ଅଭିନୟ କରିଛନ୍ତି।

ସମ୍ବନ୍ଧିତ ଖବର