ଜନ୍ମଦିନର ଉପହାର

ଦକ୍ଷିଣୀ ସିନେ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ନିର୍ଦ୍ଦେଶକ ଦେଇଛନ୍ତି ସୁପର ଉପହାର। ମହେଶ ବାବୁ କିଛି ଦିନ ତଳେ ଅଭିନୟ କରିଥିବା ‘ସାକାରୁ ଭାରି ପାଟା ବ୍ଲାଷ୍ଟର’ ମୁକ୍ତିଲାଭ କରିଛି। ଏହା ପୁଣି ମହେଶ ବାବୁଙ୍କ ଜନ୍ମଦିନରେ ମୁକ୍ତିଲାଭ କରିଥିବାରୁ ଚଳଚ୍ଚିତ୍ରଟି ଚର୍ଚ୍ଚାକୁ ଆସିଛି। ଏଥିରେ ମହେଶ ବାବୁଙ୍କ ନାୟିକା ସାଜିଛନ୍ତି କୀର୍ତ୍ତି ସୁରେଶ। ମହେଶ ବାବୁଙ୍କ ସହ ଆଉ ଏକ ବିଶ୍ବସନୀୟ ଚରିତ୍ରରେ ଉଭା ହେଇଛନ୍ତି ଅଭିନେତା ଭାନିଲା କିଶୋର। ଏଥିରେ ମହେଶ ବାବୁ ତାଙ୍କ କ୍ୟାରିୟରର ସବୁଠୁ ଷ୍ଟାଇଲିଷ୍ଟ ଆକ୍ସନ୍ ଦେଖାଇଛନ୍ତି।

ତାଙ୍କ ଚେହେରାକୁ ଆହୁରି ଆଖିଦୃଶିଆ କରିଛି ନାଲିରଙ୍ଗର ଲକ୍‌ଜୁରି କାର୍। ଏହି କାରରୁ ଓହ୍ଲାଇ ସେ ଯେଉଁ ସଂଳାପ କହିଛନ୍ତି, ତାହା ହୃଦୟସ୍ପର୍ଶୀ ହେଇଛି। କାନରେ ଏକଟଙ୍କିଆ ଟାଟୋ କରିଛନ୍ତି। ମାଇଥ୍ରି ମୁଭି ମେକର୍ସ, ଜିଏମବି ଏଣ୍ଟରଟେନମେଣ୍ଟ ଏବଂ ଫୋର୍ଟିନ୍ ରିଲସ୍ ଦ୍ବାରା ପ୍ରସ୍ତୁତ ଏଇ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ନବୀନ ୟେରନେନୀ, ୱାଇ ରବିଶଙ୍କର, ରାମ ଅଚନ୍ତା ଏବଂ ଗୋପିଚାନ୍ଦ ଅଚନ୍ତା। ଏଥିରେ ଆର ମାଧି ଚିତ୍ରୋତ୍ତଳନ କରିଥିବା ବେଳେ ସମ୍ପାଦନା କରିଛନ୍ତି ମାରଥଣ୍ଡ କେ. ଭେଙ୍କଟେଶ ଏବଂ କଳା ନିର୍ଦ୍ଦେଶନା ଦେଇଛନ୍ତି ଏ.ଏସ୍. ପ୍ରକାଶ। ନିଦା, ପୋରାତମ୍, ବାଜାର ରାଉଡ଼ି, ଗୁଦାଚାରି ୧୧୭, ରାଜା କାମାରୁଦୁ, ୟୁବରାଜୁ, ଭାମସୀ, ମୁରାରି, ବବି, ଅର୍ଜୁନ, ଜଲସା, ବାଦଶାହ, ଶ୍ରୀ ଶ୍ରୀ, ସ୍ପାଇଡର, ଭାରତ ଆନେ ନେନୁ, ମହର୍ଷି ପରି ସଫଳ ସି‌‌ନେମାର ନାୟକ ମହେଶ ବାବୁ ‘ସାକାରୁ ଭାରି ପାଟା ବ୍ଲାଷ୍ଟର’ ବ୍ୟତୀତ ଆଉ କିଛିଦନ ଭିତରେ ‘ମେଜର’ ଚଳଚ୍ଚିତ୍ରରେ ନାୟକ ଭାବେ ଦେଖିବାକୁ ମିଳିବେ।

ସମ୍ବନ୍ଧିତ ଖବର