ଦାଦାମୋନି ଅଶୋକ କୁମାରଙ୍କୁ ଆପଣ କେତେ ଜାଣନ୍ତି!

ମୁମ୍ବାଇ: ଆଜି (ଅକ୍ଟୋବର ୧୩) ହେଉଛି ବଲିଉଡରେ ଦାଦାମୋନି ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା ୰ ଅଶୋକ କୁମାରଙ୍କ ଜନ୍ମଦିନ। ୧୯୧୧ ମସିହା ଆଜି ତାରିଖରେ ତାଙ୍କର ଜନ୍ମ ହୁଏ ଭାଗଲପୁରରେ।ତାଙ୍କର ପ୍ରକୃତ ନାମ କୁମୁଦଲାଲ ଗାଙ୍ଗୁଲି। ନିର୍ମାତା ହିମାଂଶୁ ରାୟ ତାଙ୍କର ନାମ ରଖିଥିଲେ ଅଶୋକ କୁମାର। ୧୯୩୬ରେ ମୁକ୍ତିପ୍ରାପ୍ତ ‘ ଜୀବନ ନୈୟା’ ଥିଲା ତାଙ୍କ ଅଭିନୀତ ପ୍ରଥମ ସିନେମା। ତେବେ ସେହି ବର୍ଷ ମୁକ୍ତିଲାଭ କରିଥିବା ‘ଅଛୁତ କନ୍ୟା’ ତାଙ୍କୁ ଷ୍ଟାରଡମ୍‌ ଆଣି ଦେଇଥିଲା।ଏହି ସିନେମାରେ ତାଙ୍କର ନାୟିକା ଥିଲେ ଦେବିକା ରାନୀ। ହିମାଂଶୁ ରାୟ ଏହାର ପ୍ରଯୋଜକ।

Image result for ashok kumar
image source-indiatoday

ଅଶୋକ କୁମାରଙ୍କ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି କିସ୍ମତ୍‌,ରାଖି, ଆଶୀର୍ବାଦ୍‌, ସଂଗ୍ରାମ୍‌, ସାଜନ୍‌, ସମାଧି, ଜିଦ୍ଦି, ନୀଲକମଲ୍‌, ଜୁଏଲ୍‌ ଥିଫ୍‌, ପୂରବ୍‌ ଔର୍‌ ପଶ୍ଚିମ୍‌, ଖୁବ୍‌ସୂରତ୍‌, ବନ୍ଦିନୀ, ମିଲି, ପାକିଜା, ଛୋଟିସି ବାତ୍‌ଏବଂ ମିଷ୍ଟର୍‌ ଇଣ୍ଡିଆ।୧୯୮୮ମସିହାରେ ଭାରତ ସରକାର ଏହି ପ୍ରସିଦ୍ଧ ଅଭିନେତାଙ୍କୁ ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସମ୍ମାନୀତ କରିଥିଲେ।।

ସମ୍ବନ୍ଧିତ ଖବର