ମିର୍ଜା ନୁହେଁ ହ୍ୟାଣ୍ଡରିଚ ଥିଲା ଦିୟାଙ୍କ ଉପନାମ,ଏହି କାରଣ ପାଇଁ ବଦଳା ଯାଇଥିଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜାଙ୍କ ନାମ ପ୍ରଥମେ ଦିୟା ହ୍ୟାଣ୍ଡରିଚ୍‌ ଥିଲା । ଯାହା ପରେ ହ୍ୟାଣ୍ଡରିଚ୍‌ରୁ ମିର୍ଜା ହୋଇଥିଲା । ମିର୍ଜା ହେବା ପଛରେ ଏକ ବଡ଼ କାହାଣୀ ଥିବା ବେଳେ ଏବେ ତାହା ସାମ୍ନାକୁ ଆସିଛି । ଦିୟା ସାଢ଼େ ୪ବର୍ଷର ଥିବା ବେଳେ ତାଙ୍କ ମାତା-ପିତା ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ଦିୟାଙ୍କ ମା’ ଦୀପା ହାଇଦ୍ରାବାଦ୍‌ରେ ରହୁଥିବା ଅହମଦ୍‌ ମିର୍ଜାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଯାହା ପରେ ଦିୟାଙ୍କ ନାମ ହ୍ୟାଣ୍ଡରିଚ୍‌ରୁ ମିର୍ଜା ହୋଇ ଯାଇଥିଲା ।

aajtak.intoday.in

ସୂଚନା ମୁତାବକ, ବିଜ୍ଞାପନରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଦିୟା ମିର୍ଜା । ପରେ ତାଙ୍କୁ ବଲିଉଡ୍‌ରେ ସୁଯୋଗ ମିଳିଥିବା ବେଳେ ଅନେକ ହିଟ୍‌ ଫିଲ୍ମ ସେ ବଲିଉଡ୍‌କୁ ଦେଇଥିଲେ । ବିବାହ ପରେ ସେ ଫିଲ୍ମରୁ ନିକଜୁ ଦୂରେଇ ରଖିଥିବା ବେଳେ କିଛି ମାସ ତଳେ ରିଲିଜ୍‌ ହୋଇଥିବା ଫିଲ୍ମ ସଞ୍ଜୁରେ ତାଙ୍କୁ ଦର୍ଶକେ ଦେଖିବାକୁ ପାଇଥିଲେ ।

ସମ୍ବନ୍ଧିତ ଖବର