ଅନୁଷ୍କା ଶର୍ମା ନୁହନ୍ତି , ବରଂ ଏହି ବଲିଉଡ ନାୟିକା ଥିଲେ ବିରାଟ କୋହଲୀଙ୍କ ପ୍ରଥମ କ୍ରସ୍‌ !

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ନାୟିକା ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲୀଙ୍କୁ ବିବାହ କରିବାପରେ ବି ଅଭିନୟ ଜାରି ରଖିଛନ୍ତି।ତେବେ ଆପଣ ଜାଣନ୍ତି କି ବିରାଟଙ୍କର ପ୍ରଥମ ପ୍ରେମ ନୁହନ୍ତି ଅନୁଷ୍କା। ସେ ଆଉ ଜଣେ ବଲିଉଡ ନାୟିକାଙ୍କୁ ଭଲ ପାଉଥିଲେ। ସେ ଥିଲେ ତାଙ୍କର ପ୍ରଥମ କ୍ରସ୍‌। ଏବେ ଆପଣମାନେ ଜାଣିବାକୁ ଚାହିଁବେ ସେହି ନାୟିକାଜଣକ କିଏ । ହଁ , ସେ ହେଲେ ବଲିଉଡର ନବେ ଦଶକର ଲୋକପ୍ରିୟ ନାୟିକା କରିସ୍ମା କପୁର। ଏକଥା ନିଜେ ବିରାଟ ବି ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ।

ଏହା ଅବଶ୍ୟ ଭିନ୍ନ କଥା ଯେ କରିସ୍ମା ବିରାଟଙ୍କଠାରୁ ବୟସରେ ଢ଼େର ବଡ଼। କରିସ୍ମା କପୁର ‘ପ୍ରେମ କୈଦୀ’ ସିନେମାରୁ କ୍ୟାରିଅର୍‌ ଆରମ୍ଭ କରି ‘ଡେଂଜରସ୍‌ ଇଶ୍କ’ ଯାଏର୍ ଅନେକ ସିନେମାରେ ନାୟିକା ଭୂମିକା ନିଭାଇଥିଲେ। କରିସ୍ମା ବ୍ୟବସାୟୀ ସଂଜୟ କପୁରଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କର ଛାଡପତ୍ର ହୋଇଥିଲା । ଏବେ ତାଙ୍କୁ ପ୍ରେମିକ ସନ୍ଦୀପଙ୍କ ସହ ଅନେକ ଜାଗାରେ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର