ସିନେମାରେ ଅଭିନୟ ନ କରି ବି ସୁନୀଲ ସେଟ୍ଟି ବର୍ଷକୁ ୧୦୦ କୋଟି ଟଙ୍କା ଆୟ କରୁଛନ୍ତି , ଜାଣନ୍ତି କେମିତି !

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତା ସୁନୀଲ ସେଟ୍ଟିଙ୍କର ଜନ୍ମଦିନ। ସେ ୧୯୯୨ରେ ରିଲିଜ୍‌ ହୋଇଥିବାଫିଲ୍ମ ‘ ବଲବାନ୍‌’ରୁ ହିରୋଭାବେ ବଲିଉଡରେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ସେ ସମୟର ଟପ୍‌ ଆକ୍ସନ ହିରୋ ଅଜୟ ଦେବ୍‌ଗନ୍‌ ଓ ଅକ୍ଷୟ କୁମାରଙ୍କୁ ବଡ଼ ଟକ୍କର ଦେଇଥିଲେ ସୁନୀଲ୍‌ ।
ସୁନୀଲ ସେଟ୍ଟିଙ୍କର ପ୍ରକୃତ ନାମ ସୁନୀଲ ବୀରପ୍ପା ସେଟ୍ଟି । ୧୯୯୪ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ‘ ଦିଲ୍‌ଓ୍ଵାଲା’ରେ ଷ୍ଟାରଡମ୍‌ ହାସଲ କରିଥିଲେ ସେ । ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ସହ ଅଭିନେତାର ପୁରସ୍କାର ମଧ୍ୟ ଦିଆଯାଇଥିଲା ।

ସୁନୀଲ ତାଙ୍କର ସୁଦୀର୍ଘ ୨୬ ବର୍ଷର କ୍ୟାରିଅର୍‌ ଭିତରେ ପ୍ରାୟ ୧୧୦ ଟି ଫିଲ୍ମରେ ଅଭିନୟ କରିଛନ୍ତି । ଏଥି ମଧ୍ୟରୁ କେତୋଟି ସିନେମା ହେଲା ଦିଲବାଲେ, ଭାଇ, ଧଡକନ୍‌, ଭାଗମ୍‌ଭାଗ, ବର୍ଡର, ହେରାଫେରି, ଅନ୍ତ , ମୋହରା, ଗୋପି କିଶନ୍‌, କ୍ରୀଷ୍ଣା, ସପୁତ୍‌, ରକ୍ଷକ୍‌, ୟେ ତେରା ଘର୍‌, ୟେ ମେରା ଘର୍‌, ମେଁ ହୁଁ ନା ଓ ରେଡ୍‌ ଆଲର୍ଟ, ମେଁ ହୁଁ ନା ଆଦି ।ସୁନୀଲ ସେଟ୍ଟି ବିଗତ କିଛି ବର୍ଷ ହେବ ହୋଟେଲ ବ୍ୟବସାୟରେ ସକ୍ରିୟ ଅଛନ୍ତି ।

www.hdfinewallpapers.com

ଏବେ ସେ କମ୍‌ ସିନେମାରେ କାମ କରୁଛନ୍ତି, ଆଉ ଅଧିକ ସମୟ ବ୍ୟବସାୟ ପାଇଁ ଦେଉଛନ୍ତି । କୁହାଯାଉଛିଯେ ଫିଲ୍ମରେ କାମ ନ କରି ମଧ୍ୟ ସୁନୀଲ ସେଟ୍ଟି ଏବେ ବର୍ଷକୁ ୧୦୦ କୋଟି ଟଙ୍କା ଆୟ କରୁଛନ୍ତି । ତାଙ୍କ ଝିଅ ଆଥିୟା ସେଟ୍ଟି ଇତି ମଧ୍ୟରେ ଦୁଇଟି ସିନେମା ‘ ହିରୋ’ ଓ ‘ ମୁବାରକ’ରେ ନାୟିକା ସାଜିଥିବା ବେଳେ ପୁଅ ଅହାନ୍‌ ବ୍ରେକ୍‌ ଅପେକ୍ଷାରେ ଅଛନ୍ତି ।

ସମ୍ବନ୍ଧିତ ଖବର