ଭୁବନେଶ୍ୱର: ଆଜି ହେଉଛି ଜଣେ ଓଲିଉଡ ନାୟିକାଙ୍କର ଜନ୍ମ ଦିନ। ହଁ ୧୩ ମଇ ତାରିଖ ହେଉଛି ତାଙ୍କର ଜନ୍ମ ତାରିଖ। ନିକଟରେ ଏହି ଓଲିଉଡ ନାୟିକାଙ୍କ ଏକ ନୂଆ ସିନେମା ରିଲିଜ୍ ହୋଇଛି। ଏହାର ଟାଇଟଲ ହେଲା ‘ଶକ୍ତି’ । ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନାୟକ ଭୂମିକାରେ ଅଛନ୍ତି ନବାଗତ କରଣ। ଏହି ନାୟିକାଜଣକ ହେଲେ ସୂର୍ମୟୀ । ତେବେ ‘ଶକ୍ତି’ର ନାୟିକା ସୂର୍ମୟୀଙ୍କର ଆଗରୁ ଭଲ ପାଏ ତତେ ୧୦୦ରୁ ୧୦୦ ଏବଂ ‘ଆଖି ଖୋଲିଲେ ତୁ ହି ତୁ’ ରିଲିଜ୍ ହୋଇ ସାରିଛି। ଆସନ୍ତୁ ତାଙ୍କ ବିଷୟରେ କିଛି ବ୍ୟକ୍ତିଗତ କଥା ଜାଣିବା । ତାଙ୍କର ପ୍ରକୃତ ନାମ ସୂର୍ଯ୍ୟମୟୀ ମହାପାତ୍ର, ହେଲେ ସ୍କ୍ରିନ୍ ନେମ୍ ରହିଛି ସୂର୍ମୟୀ । ଘରେ କିନ୍ତୁ ତାଙ୍କୁ ସୁଇଟି ବୋଲି ସମସ୍ତେ ଡାକନ୍ତି। । ସୁଟିଂ ସେଟ୍ରେ ବି ସମସ୍ତେ ତାଙ୍କୁ ସେହି ନାଆଁ ଧରି ଡାକନ୍ତି ବୋଲି କହନ୍ତି ସୂର୍ମୟୀ।
ପିଲାଟି ଦିନରୁ ସେ ଗୁରୁ ଶ୍ରୀ ବୀର କିଶୋର ନାୟକଙ୍କଠୁଁ ଓଡ଼ିଶୀ ନୃତ୍ୟ ଶିଖିଛନ୍ତିି । ବାଲ୍ୟକାଳରୁ ମଡେଲିଂ, ଡ୍ୟାନ୍ସ ଓ ଆକ୍ଟିଂରେ ଇଣ୍ଟରେଷ୍ଟ୍ ରହି ଆସିଛି । ସୂରମୟୀଙ୍କୁ ‘ମିସ୍ ଭାଇଜାଗ’ ବିଉଟି କଣ୍ଟେଷ୍ଟ୍ରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଥିଲା, ସେହି ପ୍ରତିଯୋଗିତାରେ ସେ ସେକେଣ୍ଡ୍ ରନର୍ସ ଅପ୍ ହୋଇଥିଲେ ।
ମିସ୍ ଭାଇଜାଗ୍ ରନର୍ସଅପ୍ ହେବା ପରେ ପରେ ତାଙ୍କୁ କେତୋଟି ତେଲୁଗୁ ଫିଲ୍ମ ପାଇଁ ଅଫର୍ ଆସିଥିଲା । କିନ୍ତୁ ପାଠପଢାକୁ ପ୍ରାଥମିକତା ଦେଉଥିବା ଯୋଗୁଁ ତା’କୁ ଛାଡ଼ଥିଲେ , କାରଣ ତେଲୁଗୁ ସିନେମାରେ କାମ କରିବାକୁ ହେଲେ ମୋତେ ପ୍ରାୟ ଛଅମାସରୁ ବର୍ଷେ ଯାଏଁ ହାଇଦ୍ରାବାଦ୍ ରେ ରହିବାକୁ ପଡ଼ିଥାଆନ୍ତା । ଏଥିପାଇଁ ପ୍ରସ୍ତୁତ ନ ଥିଲ ବୋଲି କହନ୍ତି ଓଲିଉଡ ନାୟିକା ସୂରମୟୀ ।