କେବଳ ଏହି ଅଭିନେତ୍ରୀଙ୍କ ପାଦ ଛୁଉଁଥିଲେ ଅଭିନେତା ଅନୀଲ କପୁର

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତା ଅନୀଲ କପୁରଙ୍କ ଜନ୍ମଦିନ। ଆଜି ସେ ୬୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ ଏକ ଅଜଣା କଥା।

ଅନୀଲ କପୁର ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ଏମିତି ବି କିଛି ସିନେମାରେ ଅଭିନୟ କରିଛନ୍ତି, ଯେଉଁଥିରେ ଶ୍ରୀଦେବୀ ନାୟିକା ଭୂମିକାରେ ଥିଲେ। ଏଭଳି କେତେକ ସିନେମା ହେଲା ମିଷ୍ଟର ଇଣ୍ଡିଆ, ଜୁଦାଇ ଓ ଲମହେ ଆଦି। । ଅନୀଲ କପୁର-ଶ୍ରୀଦେବୀଙ୍କ ଯୋଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ ମଧ୍ୟ କରୁଥିଲେ।

Image result for anil kapoor sridevi
Image Source-Hindustan Times

ତେବେ ଶ୍ରୀଦେବୀ ଅନୀଲଙ୍କ ବଡ଼ ଭାଇ ବୋନି କପୁରଙ୍କୁ ବିବାହ କରିଥିଲେ। ବିବାହ ପରେ ଶ୍ରୀଦେବୀ ଅନୀଲଙ୍କର ଭାଉଜ ବନିଗଲେ। ଅନୀଲ କପୁର ଯେତେବେଳେ ବି ଶ୍ରୀଦେବୀଙ୍କୁ ଭେଟୁଥିଲେ, ସେତେବେଳେ ସେ ତାଙ୍କ ପାଦ ଛୁଉଁଥିଲେ। ଅବଶ୍ୟ ଅନୀଲ ଓ ଶ୍ରୀଦେବୀଙ୍କ ଭିତରେ ବୟସର ତାରତମ୍ୟ ଅଧିକ ନ ଥିଲା। ତେବେ ତାଙ୍କର ଭାଉଜ ହୋଇଥିବା କାରଣରୁ ନୁହେଁ ,ବରଂ ଜଣେ ମହାନ୍‌ କଳାକାର ହୋଇଥିବା ହେତୁ ତାଙ୍କର ପାଦ ସ୍ପର୍ଶ କରୁଥିଲେ ବୋଲି ଅନୀଲ ଏକ ସୋ’ରେ କହିଥିଲେ।

ସମ୍ବନ୍ଧିତ ଖବର