ଅନ୍ୟ ଜଣେ କଳାକାରଙ୍କ ବାହୁବନ୍ଧନରେ ପ୍ରେମିକାଙ୍କୁ ଦେଖିବାପରେ ଦେବ ଆନନ୍ଦଙ୍କ ଏକତରଫା ପ୍ରେମକାହାଣୀର ସମାପ୍ତି ଘଟିଥିଲା, ଜାଣନ୍ତୁ ସେହି ପ୍ରେମିକା ଓ କଳାକାର କିଏ

ମୁମ୍ବାଇ: ଆଜି ହେଉଛି ବଲିଉଡର ଏଭରଗ୍ରିନ୍‌ ଷ୍ଟାର୍‌ଭାବେ ପରିଚିତ ଦିବଙ୍ଗତ ଦେବ ଆନନ୍ଦଙ୍କ ଜନ୍ମଦିନ। ନିର୍ଦ୍ଦେଶକଭାବେ ସେ କେତେଜଣ ନାୟିକାଙ୍କୁ ବ୍ରେକ୍‌ ଦେଇଥିଲେ,ଯେଉଁମାନେ ବେଶ୍‌ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ। ଏମାନଙ୍କ ଭିତରେ ଜୀନତ ଅମାନ୍‌ ଜଣେ।

ଜୀନତ ଅମାନ୍‌ ଦେବ ଆନନ୍ଦ ସୁପରହିଟ୍‌ ଫିଲ୍ମ‘ହରେ ରାମା ହରେ କ୍ରିଷ୍ଣା’ରେ ବ୍ରେକ୍‌ ପାଇଥିଲେ।ପ୍ରଥମ ସିନେମାରେ ଜୀନତ ଅମାନ୍‌ ଦେବ ଆନନ୍ଦଙ୍କ ହୃଦୟ ଜିତି ନେଇଥିଲେ। ଜୀନତ ଅମାନ୍‌ ନିଜର ବୋଲ୍‌ଡନେସ୍‌ ଓ ଅଭିନୟ ପ୍ରତିଭା ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ।

photo–livehindustan

ଜୀନତଙ୍କ ସେକ୍ସି ଅଦା ମଧ୍ୟ ଦେବ ଆନନ୍ଦଙ୍କୁ ପାଗଳ କରିଥିଲା।ତେବେ ‘ହରେ ରାମା ହରେ କ୍ରିଷ୍ଣା’ରେ ଜୀନତ ଅମାନ୍‌ ଦେବ ଆନନ୍ଦଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦେବ ଆନନ୍ଦ ଅନୁଭବ କଲେ ଯେ,ସେ ଜୀନତଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଜୀନତ ଅମାନ୍‌ଙ୍କ ପ୍ରତିଟି କଥା ଦେବ ଆନନ୍ଦଙ୍କୁ ଭଲ ଲାଗୁଥିଲା। ମିଡିଆରେ ଉଭୟଙ୍କର ଲିଙ୍କ୍‌ ଅପ୍‌ର ଖବର ମଧ୍ୟ ଚର୍ଚ୍ଚା ହେଲା।

ଏହି କଥା ମଧ୍ୟ ନିଜେ ଦେବ ଆନନ୍ଦ ତାଙ୍କ ଆତ୍ମଜୀବନୀ ‘ରୋମାନ୍‌ସିଂ ଉଇଥ୍‌ ଲାଇଫ୍‌’ରେ ଉଲ୍ଲେଖ କରିଥିଲେ। ଦେବ ଆନନ୍ଦ ଥରେ ଜୀନତ ଅମାନ୍‌ଙ୍କୁ ପ୍ରପୋଜ୍‌ କରିବାର ନିଷ୍ପତ୍ତି ନେଇଥିଲେ। ଦେବ ସାହେବ୍‌ ଭାବିଥିଲେ କି ହୋଟେଲ୍‌ ତାଜ୍‌ରେ ସେ ଜୀନତ ଅମାନ୍‌ଙ୍କୁ ନିଜର ମନ କଥା ଖୋଲିକରିି କହିଦେବେ । ହେଟେଲ୍‌ ତାଜ୍‌କୁ ଦେବ ଓ ଜୀନତ ନିୟମିତ ଭାବେ ଡିନର ପାଇଁ ଯାଇଥା’ନ୍ତି। ଜୀନତଙ୍କୁ ପ୍ରପୋଜ୍‌ କରିବା ଲାଗି ଦେବ ଆନନ୍ଦ ସେଠାରେ ଛୋଟ ପାର୍ଟି ରଖିଥିଲେ। ସେହି ପାର୍ଟିକୁ ସେ ନିଜର କେତେକ ଘନିଷ୍ଠ ବନ୍ଧୁ ଓ ଜୀନତ ଅମାନଙ୍କୁ ନିମନ୍ତ୍ରଣ କରିଥିଲେ।

photo-_intoday.in

ସେହି ପାର୍ଟିରେ ଦେବ ଆନନ୍ଦ ଦେଖିଲେ କି ଜୀନତ୍‌ ଅମାନଙ୍କୁ ସୋ’ମ୍ୟାନ୍‌ ରାଜ କପୁର ନିଶାଶକ୍ତ ଅବସ୍ଥାରେ ନିଜ ବାହୁବନ୍ଧନରେ ରଖିଥିଲେ। ଜୀନତ ବି ରାଜ କପୁରଙ୍କର ସାଥ୍‌ ଦେଉଥିଲେ। ଏହି ଦୃଶ୍ୟ ଦେଖିବାପରେ ଦେବ ଆନନ୍ଦ ପାର୍ଟି ଛାଡି ଚାଲିଯାଇଥିଲେ ଓ ତା’ପରେ କେବେ ବି ଜୀନତ ଅମାନଙ୍କ କଥା ଭାବିଲେନି। ସେଇଠି ଦେବ-ଜୀନତଙ୍କ ଏକତରଫା ପ୍ରେମକାହାଣୀର ସମାପ୍ତି ହେଲା।

ସମ୍ବନ୍ଧିତ ଖବର