ସୁପରଷ୍ଟାର୍ ରିତିକ୍ ରୋଶନଙ୍କ ପାଖରେ କେତେ ଟଙ୍କାର ସଂପତ୍ତି ଅଛି, ସେ କଥା ଜାଣନ୍ତି କି?

ମୁମ୍ବାଇ: ଆଜି ହେଉଛି ବଲିଉଡ ସୁପରଷ୍ଟାର୍ ରିତିକ୍ ରୋଶନଙ୍କ ୪୬ତମ ଜନ୍ମଦିନ। ସେ ନାୟକ ଭାବେ ପିତା ରାକେଶ ରୋଶନ୍‌ଙ୍କ ପ୍ରଯୋଜିତ ତଥା ନିର୍ଦ୍ଦେଶିତ ବ୍ଲକବଷ୍ଟର ମୁଭି ‘କହୋ ନା ପ୍ୟାର୍‌ ହେ’ ଜରିଆରେ ଏଣ୍ଟ୍ରି ନେଇଥିଲେ । ରିତିକ୍ ରୋଶନଙ୍କ ଅଭିନୀତ ମୁକ୍ତିପ୍ରାପ୍ତ ଶେଷ ସିନେମା ହେଲା ‘ୱାର୍ ’।

ଏବେ ରିତିକ୍‌ ରୋଶନଙ୍କ ସଂପତ୍ତିକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି । ଏବେ ସେ ୨୬୮୦ କୋଟି ଟଙ୍କାର ସଂପତ୍ତି ମାଲିକ ବୋଲି କୁହାଯାଉଛି। ବିଳାସମୟ ଜୀବନଶୈଳୀରେ ଅଭ୍ୟସ୍ତ ରିତିକ୍‌ ତାଙ୍କର ଦୁଇ ପୁଅ ରିହାନ୍‌ ଓ ରିଧାନଙ୍କ ପାଳନ ପୋଷଣ ପାଇଁ ପାଣି ଭଳି ଟଙ୍କା ବ୍ୟୟ କରୁଥିବା କୁହାଯାଉଛି ।
ଏବେ ରିତିକଙ୍କ ପାଖରେ ବିଶ୍ୱପ୍ରସିଦ୍ଧ ‘ରୋଲସ ରୟସ୍‌ ପୋଷ୍ଟ୍‍ ସିରିଜ୍‌ ଟୁ’, ‘ମର୍ସିଡିଜ୍‌ ଏସ୍‌-୫‘, ‘ଜାଗୁଆର୍‌ ଏକ୍ସସେସ୍‌ ଫରାରି ମୋଡେନା’ , ‘ମାଜରାଟି ସ୍ପାଇଭର୍’, ‘ପୋର୍ସ କନ୍ନେଟର୍ବା’ , ‘ରେଞ୍ଜରୋଭର୍‌ ସ୍ପୋର୍ଟସ୍’ ଆଦି ଲଗ୍‌ଜରି କାର୍‌ ରହିଛି ।

image source–ndtv

ସୂଚନାଯୋଗ୍ୟ, ଗତ ୧୯ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ଅଭିନେତା ରିତିକ୍ ରୋଶନ । ଏହି ୧୯ବର୍ଷ ମଧ୍ୟରେ ସେ ଦର୍ଶକଙ୍କ ମନ ଜାଣି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଗତ ବର୍ଷ ତାଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର୍’ ରିଲିଜ୍ ହୋଇଥିଲା , ଯାହା ୨୦୧୯ର ସବୁ ରେକର୍ଡକୁ ଭାଙ୍ଗି ଦେଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ଅଭିନୀତ ଗତ ବର୍ଷର ସିନେମା ‘ସୁପର-୩୦’ ବି ସୁପରହିଟ୍ ହୋଇଥିଲା। ରିତିକ୍ ରୋଶନଙ୍କୁ ବିଶ୍ବର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତାଙ୍କ ତାଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର