ବଲିଉଡରେ କାହା ସହ କରିନାଙ୍କର ସଂପର୍କ ସବୁଠାରୁ ଭଲ ?

ମୁମ୍ବାଇ:  ଆଜି ହେଉଛି ବଲିଉଡ ଡିଭା କରିନା କପୁର ଖାନଙ୍କ ଜନ୍ମଦିନ। ବଲିଉଡରେ ଏମିତି କିଛି ନାୟିକା ଅଛନ୍ତି,ଯେଉଁମାନେ କି ସଂପର୍କରେ ଦୁଇ ଭଉଣୀ। ଦୁଇ ଭଉଣୀ ବଲିଉଡରେ ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି।ଏମାନଙ୍କ ମଧ୍ୟରୁ କେତେକ ଖୁବ୍‌ ସଫଳତା ସାଉଁଟିଛନ୍ତି ତ ପୁଣି କାହାରିକୁ ଆଖିଦୃଶିଆ ସଫଳତା ମିଳିନାହିଁ।

photo-ste.india.com

ବଲିଉଡ଼୍‍ର ଏକ ଚର୍ଚ୍ଚିତ ଭଉଣୀଙ୍କ ଯୋଡ଼ି ହେଲେ କରିସ୍ମା କପୁର ଏବଂ କରିନା କପୁର ।ଉଭୟେ ନାୟିକାଭାବେ ସଫଳତାର ଶୀର୍ଷରେ ପହଞ୍ଚଛନ୍ତି।ପ୍ରଖ୍ୟାତ କଳାକାର ଦଂପତି ରଣଧୀର କପୁର ଓ ବବିତାଙ୍କ ବଡ଼ ଝିଅ ହେଲେ କରିସ୍ମା ଓ ସାନ ଝିଅ କରିନା।କରିସ୍ମା କପୁର ପ୍ରଖ୍ୟାତ ନିର୍ମାତା ଡ଼ି.ରାମାନାଇଡ଼ୁଙ୍କ ପ୍ରଯୋଜିତ ସୁପର୍‌ହିଟ୍‌ ଫିଲ୍ମ‘ପ୍ରେମକୈଦୀ’ରୁ ବଲିଉଡ୍‌ରେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏହାପରେ ସେ ରାଜାବାବୁ,ସୁହାଗ, ହିରୋ ନମ୍ବର ଓ୍ଵାନ୍‌,କୁଲି ନମ୍ବର ଓ୍ଵାନ୍‌ ଗୋପି କିଶନ୍‌ ସାଜନ୍‌ ଚଲେ ଶଶୁରାଲ୍‌ ,ରାଜା ହିନ୍ଦୁସ୍ତାନୀ,ହମ୍‌ ସାଥ୍‌ ସାଥ୍‌ ହେ,ଜିଗର୍‌ ଏବଂ ‘ ଦିଲ୍‌ ତୋ ପାଗଲ୍‌ ହେ’ ଭଳି ସୁପର୍‌ହିଟ୍‌ ଫିଲ୍ମରେ ନାୟିକା ସାଜି ଟପ୍‌ ହିରୋଇନ୍‌ର ମାନ୍ୟତା ପାଇଥିଲେ।ବିବାହ ପରେ ଅବଶ୍ୟ ସେ ଗ୍ଲାମର ଦୁନିଆଁରୁ ଦୂରେଇ ଯାଇ ପୁଣି ‘ଡ଼େଂଜର୍‌ ଇଶ୍କ’ ଜରିଆରେ ଲେଉଟିଥିଲେ।

photo–timesnow

ଅନ୍ୟପକ୍ଷରେ କରିନା କପୁର ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଜେ.ପି ଦତ୍ତାଙ୍କ ଫିଲ୍ମ ‘ରିଫ୍ୟୁଜି’ ଜରିଆରେ ହିରୋଇନ୍‌ ଭାବେ ବଲିଉଡ଼୍‍ରେ ଡେବ୍ୟୁ କରିଥିଲେ।ଏଥିରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ବଚ୍ଚନ ଥିଲେ ତାଙ୍କ ବିପକ୍ଷରେ।‘ରିଫ୍ୟୁଜି’ପରେ କରିନା ‘ଅଜ୍‌ନବୀ,କଭି ଖୁସି କଭି ଗମ୍‌,ରାଓ୍ଵନ୍‌,ବଡ଼ିଗାର୍ଡ଼,ଥ୍ରି-ଇଡ଼ିଅଟ୍‌ସ,ତଲାସ୍‌,ହଲ୍‌ଚଲ୍‌,ଜବ୍‌ ଉଇ ମେଟ୍‌,ଗୋଲ୍‌ମାଲ୍‌-୩,‘ବୀର୍‌ ଦା ଓ୍ଵଡ଼ିଂ’ ଏବଂ ବଜରଙ୍ଗୀ ଭାଇଜାନ୍‌ ଭଳି ସୁପରହିଟ୍‌ ଫିଲ୍ମ ଦେଇ ଟପ୍‌ ହିରୋଇନ୍‌ ବନିଥିଲେ। ସେ ବଲିଉଡ଼୍‍ ଅଭିନେତା ସୈଫ୍‌ ଅଲ୍ଲୀ ଖାନଙ୍କୁ ବିବାହ କରିବା ପରେ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି। ଭଉଣୀ କରିସ୍ମା କପୁରଙ୍କ ସହ କରିନାଙ୍କର ସଂପର୍କ ସବୁଠାରୁ ଭଲ ବୋଲି ମଧ୍ୟ ଚର୍ଚ୍ଚା ହୁଏ।

ସମ୍ବନ୍ଧିତ ଖବର