ବଲିଉଡରେ ଏହି ଦୁଇଜଣଙ୍କୁ ଗୁରୁ ମାନନ୍ତି ଟାଇଗର ଶ୍ରଫ୍‌

ମୁମ୍ବାଇ: ଆଜି ହେଉଛି ବଲିଉଡର ଆକସନ୍‌ ହିରୋ ଟାଇଗର୍‌ ଶ୍ରଫଙ୍କର ଜନ୍ମଦିନ। ସେ ୧୯୯୦ ମସିହା ମାର୍ଚ୍ଚ ୨ ତାରିଖରେ ମୁମ୍ବାଇଠାରେ ଜନ୍ମ ହୋଇଥିଲେ। ଟାଇଗର୍‌ ଶ୍ରଫଙ୍କର ଜନ୍ମଦିନ ଅବସରରେ ତାଙ୍କ ବିଷୟରେ ଏକ ଅଜଣା କଥା ଜାଣିବା।
ଟାଇଗର୍‌ ଶ୍ରଫ୍ ହେଉଛନ୍ତି ପ୍ରଖ୍ୟାତ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ସୁପର ମଡେଲ୍‌ ଥିବା ଆୟେଶାଙ୍କ ପୁଅ। ଟାଇଗର୍‌ ବଡ଼ ହେବା ପରେ ଡ୍ୟାନ୍‌ସ ଶିଖିଥିଲେ,ମାତ୍ର ପିଲାଟି ଦିନରୁ ଆକସନ୍‌ ଶିଖିଥିଲେ।

Image result for ganesh acharya
image source-firstpost

ପ୍ରସିଦ୍ଧ ନୃତ୍ୟ ନିର୍ଦେଶକ ଗଣେଶ ଆଚାର୍ଯ୍ୟଙ୍କୁ ନିଜର ଗୁରୁ ବୋଲି ମାନନ୍ତି ଓ ତାଙ୍କର ଗୋଟିଏ ଡାକରେ ତାଙ୍କ ପାଖରେ ପହଞ୍ଚିଯାଆନ୍ତି ଟାଇଗର ଶ୍ରଫ୍‌। ଗଣେଶ ଚାହାଁନ୍ତି ଯେ, ଟେଲିଭିଜନ୍‌ ଚାନେଲ୍‌ରେ ପ୍ରସାରିତ ଡ୍ୟାନ୍‌ସ ସୋ’ମାନଙ୍କରେ ଛୋଟ ଛୋଟ ସହର ପିଲାମାନଙ୍କୁ ଉପଯୁକ୍ତ ଗୁରୁ ମିଳନ୍ତୁ। ଅପରପକ୍ଷରେ ଟାଇଗର ଶ୍ରଫ୍‌ କହିଛନ୍ତି ଯେ, ତାଙ୍କର ଯେତେ ସବୁ ଡ୍ୟାନ୍‌ସ ନମ୍ବର ହିଟ୍‌ ହୋଇଛି, ସେସବୁର କୋରିଓଗ୍ରାଫର୍‌ ହେଲେ ଗଣେଶ ଆଚାର୍ଯ୍ୟ। ଗଣେଶ ଯେଉଁ ଭଳି ଡ୍ୟାନ୍‌ସ ଷ୍ଟେପ୍‌ ଶିଖାଇଥାଆନ୍ତି, ତା’କୁ ସେ ଆଖି ବୁଜି ପାଳନ କରିଥାନ୍ତି ବୋଲି କରିଛନ୍ତି। ଟାଇଗର ଶ୍ରଫ୍‌ ନିଜର ନୃତ୍ୟର ସଫଳତାର ଶ୍ରେୟ ସେ ଗୁରୁ ଗଣେଶ ଆଚାର୍ଯ୍ୟଙ୍କୁ ଦେଇଥା’ନ୍ତି।

image source–easterneye.eu

ଏବେ ଟାଇଗର ଶ୍ରଫ୍‌ ସୁପରଷ୍ଟାର ରିତିକ ରୋଶନ୍‌ଙ୍କୁ ବି ଗୁରୁ ମାନନ୍ତି। କାରଣ ତାଙ୍କୁ ଦେଖିବା ପରେ ଅଭିନେତା ହେବା ଲାଗି ଆଗ୍ରହ ପ୍ରକାଶ କକରିଥିଲେ ବୋଲି କହନ୍ତି। ରିତିକ ରୋଶନ୍‌ଙ୍କ ସହିତ ୟଶରାଜ ଫିଲ୍ମସର ‘ୱାର୍’ରେ ନଜର ଆସିଥିଲେ ଗତ ବର୍ଷ। ଟାଇଗରଙ୍କ ଅଭିନୀତ‘ବାଗୀ-୩’ ଚଳିତ ସପ୍ତାହରେ ରିଲିଜ୍ ହେଉଛି।

ସମ୍ବନ୍ଧିତ ଖବର