ଜୀନତ ଅମାନ୍‌ଙ୍କୁ ଜଣେ ତାରକା ମନକଥା ଜଣାଇପାରି ନଥିଲେ, ଆଉ ଜଣେ ତାଙ୍କୁ ପାଇବାଲାଗି ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ିବାକୁ ରାଜି ହୋଇ ନଥିଲେ!

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜୀନତ ଅମାନ୍‌ଙ୍କ ଜନ୍ମଦିନ। ଜୀନତ ଅମାନଙ୍କ ପ୍ରେମ ପ୍ରସଙ୍ଗକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି। କୁହାଯାଏ ଯେ ଜୀନତ ଅମାନଙ୍କୁ ଏଭରଗ୍ରିନ୍ ଷ୍ଟାର ଦେବ ଆନନ୍ଦ ହୃଦୟ ଦେଇଥିଲେ।

image-amarujala

ଜୀନତଙ୍କୁ ପ୍ରପୋଜ୍‌ କରିବା ଲାଗି ଦେବ ଆନନ୍ଦ ସେଠାରେ ଛୋଟ ପାର୍ଟି ରଖିଥିଲେ। ସେହି ପାର୍ଟିକୁ ସେ ନିଜର କେତେକ ଘନିଷ୍ଠ ବନ୍ଧୁ ଓ ଜୀନତ ଅମାନଙ୍କୁ ନିମନ୍ତ୍ରଣ କରିଥିଲେ।ସେହି ପାର୍ଟିରେ ଦେବ ଆନନ୍ଦ ଦେଖିଲେ କି ଜୀନତ୍‌ ଅମାନଙ୍କୁ ସୋ’ମ୍ୟାନ୍‌ ରାଜ କପୁର ନିଶାଶକ୍ତ ଅବସ୍ଥାରେ ନିଜ ବାହୁବନ୍ଧନରେ ରଖିଥିଲେ। ଜୀନତ ବି ରାଜ କପୁରଙ୍କର ସାଥ୍‌ ଦେଉଥିଲେ। ଏହି ଦୃଶ୍ୟ ଦେଖିବାପରେ ଦେବ ଆନନ୍ଦ ପାର୍ଟି ଛାଡି ଚାଲିଯାଇଥିଲେ ଓ ତା’ପରେ କେବେ ବି ଜୀନତ ଅମାନଙ୍କ କଥା ଭାବିଲେନି। ସେଇଠି ଦେବ-ଜୀନତଙ୍କ ଏକତରଫା ପ୍ରେମକାହାଣୀର ସମାପ୍ତି ହେଲା।

image source–jansatta

ବଲିଉଡର ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସଂଜୟ ଖାନ୍‌ ଜରୀନ୍‌ ଖାନ୍‌ଙ୍କୁ ବିବାହ କରିଥିଲେ । ଜରୀନ୍‌ ସଂଜୟଙ୍କୁ ସ୍ୱାମୀ ରୂପେ ପାଇବା ଲାଗି ମଡେଲିଂ କ୍ୟାରିଅର୍‌କୁ ଜଳାଂଜଳି ଦେଇଥିଲେ । ବିବାହ ପରେ ସଂଜୟ ଖାନ୍‌ ତାଙ୍କ ଅଭିନୀତ ଫିଲ୍ମ ‘ଅବଦୁଲ୍ଲା’ ର ନାୟିକା ଜୀନତ ଅମାନ୍‌ ଙ୍କ ପ୍ରେମରେ ପଡ଼ିଥିଲେ । ଏଭଳି ମଧ୍ୟ କୁହାଯାଏ ଯେ ସଂଜୟ-ଜୀନତ୍‌ ଗୋପନରେ ବିବାହ କରିଥିଲେ । କିନ୍ତୁ ଏହିଭଳି ସଂପର୍କକୁ ନେଇ ଖୁସି ନ ଥିଲେ ଜୀନତ୍‌ । ଏଣୁ ସେ ସଂଜୟଙ୍କ ସାଥ୍‌ ଛାଡିଥିଲେ ।ଏହାପରେ ସଂଜୟ-ଜୀନତ୍‌ଙ୍କ ପ୍ରେମସଂପର୍କର ସମାପ୍ତି ହୋଇଥିଲା।

ସମ୍ବନ୍ଧିତ ଖବର