ମୁମ୍ବାଇ: ଆଜି ହେଉଛି ବଲିଉଡର ସୁପରଷ୍ଟାର୍ ଶାହାରୁଖ୍ ଖାନଙ୍କ ଜନ୍ମ ଦିନ । ସେ ଆଜିର ତରିଖରେ ୧୯୬୫ ମସିହାରେ ଜନ୍ମ ହୋଇଥିଲେ। ସେ ଚଳିତ ବର୍ଷ କେତେକ କରଣରୁ ଚର୍ଚ୍ଚାରେ ରହିଥିଲେ ।ଆସନ୍ତୁ ସେ ବିଷୟ ଉପରେ ନଜର ପକାଇବା।
ଚଳିତ ବର୍ଷ ରିତିକ୍ ରୋଶନ୍ ଅଭିନୀତ ଫିଲ୍ମ ‘କାବିଲ୍’ ସହ ଶାହାରୁଖଙ୍କ ଫିଲ୍ମ‘ରଇସ୍’ ପ୍ରତିଦ୍ୱନ୍ଦିତା କରି କ୍ଷତି ସହିଥିଲା । କାରଣ ଏଦୁଇ ସିନେମା ଜାନୁଆରି ଶେଷ ସପ୍ତାହରେ ରିଲିଜ୍ ହୋଇଥିଲା।ଏଣୁ ସେହି ଭୁଲ୍ ଆଉ ଥରେ ନ କରିବାର ନିଷ୍ପତ୍ତି ନେଇଥିଲେ ସୁପରଷ୍ଟାର୍ କିଙ୍ଗ ଖାନ୍। ଏହି କାରଣରୁ ସେ ତାଙ୍କର ସିନେମା ‘ଜବ୍ ହେରୀ ମେଟ୍ ସେଜଲ୍’ର ରିଲିଜ୍ ତାରିଖ ଅଗଷ୍ଟ ୪ ତାରିଖକୁ ନେଇ ଆସିଥିଲେ। ଏଠାରେ ସୂଚନାଯୋଗ୍ୟ
ଯେ ପୂର୍ବରୁ ଇମତିଆଜ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ତଥା ଶାହାରୁଖ ଖାନ୍ ଏବଂ ଅନୁଷ୍କା ଶର୍ମା ଅଭିନୀତ‘ଜବ୍ ହେରୀ ମେଟ୍ ସେଜଲ୍’ର ରିଲିଜ୍ ତାରିଖ ଥିଲା ଅଗଷ୍ଟ ୧୧।
କିନ୍ତୁ ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ସିନେମା ‘ଟଏଲେଟ୍ ଏକ ପ୍ରେମକଥା’ ଅଗଷ୍ଟ ୧୧ରେ ରିଲିଜ୍ ହେଉଥିବା ଜାଣିବାମାତ୍ରେ ଶାହାରୁଖ ‘ଜବ୍ ହେରୀ ମେଟ୍ ସେଜଲ୍’ର ରିଲିଜ୍ ତାରିଖ ୪ ତାରିଖକୁ ନେଇଗଲେ।ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କୁ ଏବେ ଅଧିକାଂଶ ତାରକା ଡରୁଛନ୍ତି। କାରଣ ତାଙ୍କ ଅଭିନୀତ ଫିଲ୍ମ୍ ସବୁବେଳେ ହିଟ୍ ହେଉଛି। ଅକ୍ଷୟଙ୍କ ସହ ବକ୍ସ ଅଫିସରେ ପ୍ରତିଦ୍ୱନ୍ଦିତା କରିବାର ଅର୍ଥ ହେଲା ପରାଜିତ ହେବା। ଏକଥା ଭଲଭାବେ ଜାଣିଥଲେ ଶାହାରୁଖ ଖାନ୍। ଅନ୍ୟ ଏକ କଥା ହେଲା ଯେ ଶାହାରୁଖ୍ ଚଳିତ ବର୍ଷ ବହୁ ବର୍ଷ ବ୍ୟବଧାନରେ ସଲମାନ ଖାନଙ୍କ ସହ ‘ଟିଉବଲାଇଟ’ରେ କାମ କରିଥିଲେ। ଅବଶ୍ୟ ଏହା ଗେଷ୍ଟ ରୋଲ ଥିଲା।
/sambad/media/post_attachments/wp-content/uploads/2017/11/srk-birthday-indiatoday-300x188.jpg)
ଶାହାରୁଖ କରିଥିଲେ ନୂଆ ନିୟମ
ବଲିଉଡର ବାଦଶାହା ଶାହରୁଖ୍ ଖାନ୍ ନିଜ ପିଲାମାନଙ୍କୁ ନେଇ ବେଶ୍ ରକ୍ଷଣଶୀଳ ଏକଥା ସମସ୍ତଙ୍କୁ ଜଣା । ସେ ଗତ କିଛିଦିନ ହେବ ତାଙ୍କର ବଡ଼ ଝିଅ ସୁହାନାଙ୍କୁ ନେଇ ଖୁବ୍ ଚିନ୍ତିତ ଥିବା କୁହାଯାଉଥିଲା। ଏହାର କାରଣ ସୁହାନା ପାଠ ପଢ଼ିବା ସଙ୍ଗେସଙ୍ଗେ ସାଙ୍ଗମାନଙ୍କ ସହ ପାର୍ଟି ମଧ୍ୟ କରୁଛନ୍ତି । ତା’ଛଡ଼ା ତାଙ୍କୁ କେତେକ ସିନେମା ପାର୍ଟିରେ ବି ଦେଖିବାକୁ ମିଳୁଛି । ତାଙ୍କର ଫଟୋ ଖୁବ୍ ଶୀଘ୍ର ଭାଇରାଲ୍ ହୋଇଯାଉଥିବା ହେତୁ ନିଜେ କିଙ୍ଗ୍ ଖାନ୍ ସୁହନାଙ୍କୁ ଯିଏ ଡେଟ୍ କରିବାକୁ ଚାହିଁବ ତାଙ୍କ ଲାଗି କିଛି ନିୟମ ତିଆରି କରିଥିଲେ ।
ସେଗୁଡିକ ହେଲା – ପ୍ରଥମେ ଯୁବକ ଚାକିରି କରୁଥିବା ଦରକାର । ତାଙ୍କୁ ଶାହରୁଖ ପସନ୍ଦ କରୁ ନଥିବେ । ଏଣୁ ସେ ପୂର୍ବରୁ ଓକିଲ ଠିକ୍ କରି ରଖିଥିବେ । ସୁହାନା ମୋର ରାଜକୁମାରୀ ,ତୁମେ ତାକୁ ଜିତି ନାହଁ । ମୋତେ ପୁଣି ଜେଲ୍ ଯିବାରେ କୌଣସି ଆପତ୍ତି ନାହିଁ । ତୁମେ ସୁହାନା ସହିତ ଯାହା କରିବ , ମୁଁ ତୁମ ସହିତ ତାହା କରିବି । ତେବେ ଶାହରୁଖ୍ ଖାନ୍ ଏକଥା ଥଟ୍ଟାରେ କହିଛନ୍ତି ବୋଲି ପରେ ଜଣାଗଲା ,କିନ୍ତୁ ସେଥିରୁ ତାଙ୍କର ମନୋଭାବ ସ୍ପଷ୍ଟ ବାରି ପଡ଼ିଲା ।