ପତ୍ନୀଙ୍କ ସହ କଣ୍ଡୋମ୍ ବିଜ୍ଞାପନରେ କାମ କରି ଚର୍ଚ୍ଚାକୁ ଆସିଥିଲେ ଏହି ଅଭିନେତା !
ମୁମ୍ବାଇ: ଆଜି ହେଉଛି ବଳିଉଡର ହଟ୍ ହିରୋଇନ୍ ବିପାସା ବାସୁଙ୍କ ସ୍ୱାମୀ ତଥା ଜଣାଶୁଣା ଟେଲି ଅଭିନେତା କରଣ ସିଂହ ଗ୍ରୋଭରଙ୍କ ୩୬ତମ ବାର୍ଥ ଡେ । କରଣ ସିଂହ ଗ୍ରୋଭର ୧୯୮୨ ମସିହା ଫେବୃଆରି ୨୩ ତାରିଖରେ ଜନ୍ମ ହୋଇଥିଲେ। ଆଜି ଏହି ଦଂପତି ଗୋଆରେ କରଣଙ୍କର ବାର୍ଥ ଡେ ସେଲିବ୍ରେଟ୍ କରୁଛନ୍ତି। ଏହାର ଦୃଶ୍ୟସବୁ ଏବେ ଭାଇରାଲ ହେବାରେ ଲାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିବାହପରେ କରଣ ଏବଂ ବିପାସା ସେମାନଙ୍କର ପ୍ରାଇଭେଟ୍ ଲାଇଫକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଛନ୍ତି। ବାହାଘରର କିଛି ମାସ ପରେ ବିପାସା ବସୁ ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭର ଏକ କଣ୍ଡୋମ୍ ବିଜ୍ଞାପନରେ କାମ କରି ପୁଣି ଚର୍ଚ୍ଚାକୁ ଆସିଥିଲେ।
କିଛି ଦିନ ତଳେ ବିପାସା ଓ ତାଙ୍କ ସ୍ୱାମୀ କରଣ ସିଂହ ଗ୍ରୋଭରଙ୍କୁ ଏକାଠି ମୁମ୍ବାଇର ଏକ ହସ୍ପିଟାଲ୍ରେ ଦେଖିବାକୁ ମିଳିଥିଲା।ସେହି ଫଟୋ ବି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା।ସେତେବେଳେ ଜୋରସୋରରେ ଚର୍ଚ୍ଚା ହେଲା ଯେ,ବୋଧହୁଏ ବିପାସା ଗର୍ଭବତୀ ଓ ନିଜର ଚେକ୍ଅପ୍ ପାଇଁ ହସ୍ପିଟାଲକୁ ଆସିଥିଲେ।ହେଲେ ଏହାକୁ ବିପାସାଙ୍କର ମୁଖପାତ୍ର ଅସ୍ୱୀକାର କରିଥିଲେ।ସେ କହିଥିଲେ ଯେ କରଣଙ୍କ ଗଳାରେ ସଂକ୍ରମଣ ହୋଇଥିବା ଯୋଗୁଁ ପତି-ପତ୍ନୀ ଡ଼ାକ୍ତରଖାନାକୁ ଯାଇଥିଲେ।ଏହି ଘଟଣା ପାଇଁ କିନ୍ତୁ କରଣ-ବିପାସା ବେଶ୍ ଚର୍ଚ୍ଚାରେ ରହିଲେ।