ବିରାଟ-ଅନୁଷ୍କାଙ୍କ ଭିତରୁ ବେଶି ପାଠ ପଢ଼ିଛନ୍ତି…

ବେଶ୍‌ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ନବ ବିବାହିତା ଦମ୍ପତି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା। ସେ ଦୁହିଁଙ୍କ ବିଷୟରେ ଅନେକଗୁଡ଼ିଏ କଥା ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହି ସୁଯୋଗରେ ଆମେ ଆଜି ସେ ଦୁହିଁଙ୍କ ସଂପର୍କିତ ଆଉ ଏକ କଥା ଆପଣଙ୍କୁ ଜଣାଇବୁ। ଶୀର୍ଷକ ପଢ଼ିବା ପରେ ଆପଣଙ୍କ ଉତ୍ସୁକତା ନିଶ୍ଚୟ ବଢ଼ିଯିବଣି। ଦୁଇ ଜଣ ଯାକ ସୁନ୍ଦର, ସଫଳ ଏବଂ ଲୋକପ୍ରିୟ। ଏପରି କ୍ଷେତ୍ରରେ ଅନୁମାନ ଲଗାଇବା ବି କଷ୍ଟ ଯେ ଦୁହିଁଙ୍କ ଭିତରୁ କିଏ ବେଶି ପାଠ ପଢ଼ିଛନ୍ତି। ତେବେ, ମିଳିଥିବା ସୂଚନା ଅନୁଯାୟୀ ଅନୁଷ୍କା ଶର୍ମା ବିରାଟଙ୍କ ଅପେକ୍ଷା ବେଶି ପାଠ ପଢ଼ିଛନ୍ତି।

ଦେଶର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ଖବର ମୁତାବକ, ଅନୁଷ୍କା ଶର୍ମା କଳାରେ ସ୍ନାତକ କରିବା ପରେ ଅର୍ଥନୀତିରେ ସ୍ନାତକୋତ୍ତର କରିଛନ୍ତି। ସେ ସାକ୍ଷାତକାର ଜରିଆରେ କହିଛନ୍ତି କି ସ୍କୁଲ୍‌ ଏବଂ କଲେଜ୍‌ରେ ଅନୁଷ୍କା ଟପ୍‌ର ହେଉଥିଲେ। ତାଙ୍କୁ ଆରମ୍ଭରୁ ହିଁ ଜଣା ଥିଲା କି ସେ ଭବିଷ୍ୟତରେ ଜଣେ ମଡେଲ୍‌ ହେବେ। ସେ ଚାହୁଁଥିଲେ ପ୍ରଥମେ ପାଠ ପଢ଼ା ସାରିବା ପରେ ହିଁ ମଡେଲିଂ କରିବେ। ସେ କୁହନ୍ତି ଯେତେବେଳେ ଲୋକେ ତାଙ୍କ ବାପା-ମାଆଙ୍କୁ ଅନୁଷ୍କାଙ୍କ ବିଷୟରେ ପଚାରନ୍ତି ସେ ଦୁହେଁ ପ୍ରଥମେ ଅନୁଷ୍କାଙ୍କ ଟପର ହେବା କଥା ଗର୍ବର ସହ କହନ୍ତି।

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି। ସେ ଜଣେ ଅତ୍ୟନ୍ତ ଭଲ ଛାତ୍ର ଥିଲେ ବି କ୍ରିକେଟ୍‌ ହେତୁ ପାଠ ପଢ଼ା ଚାଲୁ ରଖି ପାରିନାହାନ୍ତି। ବିରାଟଙ୍କ ଗଣିତ ଏବଂ ବିଜ୍ଞାନ ଶିକ୍ଷକ ତାଙ୍କୁ ଏବେ ବି ଜଣେ ଉତ୍ତମ ଛାତ୍ର ବୋଲି ମତ ଦିଅନ୍ତି। ବିରାଟ ବିଶାଲ ଭାରତୀ ପବ୍ଲିକ୍‌ ସ୍କୁଲ୍‌ରେ ପାଠ ପଢୁଥିଲେ।

ସମ୍ବନ୍ଧିତ ଖବର