ଏହି କାରଣ ପାଇଁ ଭୋଜପୁରୀ ଭାଷାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌ ନିର୍ମାଣ କରିବେ ରବି କିଶନ

ମୁମ୍ବାଇ : ଲୋକପ୍ରିୟ ଭୋଜପୁରୀ ଫିଲ୍ମ ଷ୍ଟାର ରବି କିଶନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନିକୁ ନେଇ ଫିଲ୍ମ ତିଆରି କରିବାକୁ ଚାହୁଁଥିବା କହିଛନ୍ତି । ଏହାର କାରଣ ଜଣାଇ, ଭୋଜପୁରୀ ଭାଷା ବୁଝୁଥିବା ଲୋକ ମଧ୍ୟ ମୋଦୀଙ୍କ ବିଷୟରେ ଭଲ ଭାବରେ ଜାଣି ପାରନ୍ତୁ, ସେ ନେଇ ସେ ଭୋଜପୁରୀ ଭାଷାରେ ଫିଲ୍ମ ତିଆରି କରିବାକୁ ଚାହୁଁଥିବା କଥା କହିଛନ୍ତି । ଏହା ସହ ନିର୍ବାଚନ ପରେ ସେ ସ୍ୱାମୀ ବିବେକାନନ୍ଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନିକୁ ନେଇ ମଧ୍ୟ ଫିଲ୍ମ କରିବେ ବୋଲି କହିଛନ୍ତି ।

hindi.mynation.com

ଗୋରଖପୁରରୁ ବିଜେପିର ଲୋକସଭା ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ରବି କିଶନ ପିଟିଆଇକୁ ସାକ୍ଷାତକାର ଦେଇ, “ଏମିତି ନୁହେଁ କି ରାଜନୀତିକୁ ଆସିବା ପରେ ମୁଁ ଫିଲ୍ମ ଛାଡ଼ିଦେବି । ଗୋରଖପୁରରେ ଷ୍ଟୁଡିଓ କରି ଫିଲ୍ମ ସୁଟିଂ କରିବି । ଏହା ସହ ଜନତାଙ୍କ ସେବା ବି କରିବି । ମୁଁ ଅନେକ ବଡ଼ ବଡ଼ ବ୍ୟକ୍ତିଙ୍କ ଜୀବନିକୁ ନେଇ ଭୋଜପୁରୀ ଫିଲ୍ମ କରିବା କଥା ଚିନ୍ତା କରିଛି । ସେ ମଧ୍ୟରେ ପ୍ରଥମେ ମୋଦୀଜୀ, ସ୍ୱାମୀ ବିବେକାନନ୍ଦ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନିକୁ ନେଇ ଫିଲ୍ମ କରିବି ବୋଲି ଭାବିଛି” ।

ସମ୍ବନ୍ଧିତ ଖବର