ଆୟୂଷଙ୍କୁ ଆଶୀର୍ବାଦ

ସାରା ପରିବାର ଲାଗିଛନ୍ତି। ଯେନତେନ ପ୍ରକାରେଣ ଆୟୂଷଙ୍କୁ ତାରକା କରିବେ। ଆୟୂଷ ସେମାନଙ୍କର ଗେହ୍ଲାପୁଅ। ସୂରଜ ବଡ଼ଜାତ୍ୟାଙ୍କ ସିନେମାରେ ଏଣ୍ଟ୍ରି ମାରିଥିବା ଅୟୂଷ ଓରଫ୍ ପ୍ରେମ ଆଗରୁ ଅରବାଜ୍ ଓ ସୋହାଲ୍ଲୀ ଖାନ୍‌ଙ୍କ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ଏବେ ଅତୁଲ ଅଗ୍ନହୋତ୍ରୀଙ୍କ ବିଗ୍ ବଜେଟ୍‌ ଓ ବିଗ୍‌ ଷ୍ଟାରର୍ ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ ଚଳଚ୍ଚିତ୍ରରେ ଆୟୂଷ ଅଭିନୟ କରିଥିବାରୁ ସଲମାନ୍ ତାଙ୍କ ସଫଳତା ପାଇଁ ପୂରାଦମ୍‌ରେ ଲାଗିପଡ଼ିଛନ୍ତି।

୨୦୧୮ରେ ଆୟୂଷ ଶର୍ମା ପ୍ରଥମେ ‘ଲଭଯାତ୍ରୀ’ ମୁଭିରେ ନାୟକ ସାଜିଥିଲେ। ‘ଅନ୍ତିମ’ରେ ଯଦିଓ ସଲମାନ୍ ଜଣେ ଅତିଥି କଳାକାର ଭାବେ ପ୍ରବେଶ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ଯେମିତି ‘ଅନ୍ଧାକାନୁନ୍’ ଚଳଚ୍ଚିତ୍ରରେ ଜଣେ ଅତିଥି କଳାକାର ଭାବେ ଆସିଥିବା ଅମିତ‌ାଭ ବଚ୍ଚନ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ସେମିତି ‘ଅନ୍ତିମ’ରେ ସଲମାନ୍‌ଙ୍କ ଭୂମିକା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଶୁଣିବାକୁ ମିଳୁଛି। ଏଥିରେ ସଲମାନଙ୍କ ସହ ‘ଦବଙ୍ଗ-୩’ରେ ଥିବା ମହେଶ ମଞ୍ଜରେକରଙ୍କ ଝିଅ ସାଇ ମଧ୍ୟ ଅଛନ୍ତି।

ହେଲେ ଆୟୂଷଙ୍କ ପାଇଁ ସଲମାନ୍ ଏତେ ବ୍ୟସ୍ତ କାହିଁକି? ଶୁଣାଯାଉଛି ଜି-୫ ଚ୍ୟାନେଲକୁ ଏଇ ଚଳଚ୍ଚିତ୍ରଟି ବର୍ଷକ ପାଇଁ ବିକ୍ରି ହେଇଯାଇଛି। କେବଳ କ’ଣ ‘ଅନ୍ତିମ’ ସଲମାନ୍ ମଧ୍ୟ ‘ରାଧେ’କୁ ଜି ଚ୍ୟାନେଲକୁ ଦେଇଦେଇଛନ୍ତି। ଏକଥା ବି ଆଲୋଚନା ହେଉଛି ପ୍ରଥମେ ‘ରାଧେ’କୁ ଦେବା ପରେ ଏବେ ‘ଅନ୍ତିମ’ ଚଳଚ୍ଚିତ୍ରକୁ ମଧ୍ୟ ଜି-ଚ୍ୟାନେଲ୍ ନେବ ବୋଲି ରାଜି ହେଇଛି। କିନ୍ତୁ ସଲମାନଙ୍କ ଏଇ ପ୍ରଚେଷ୍ଟା କ’ଣ ଆୟୂଷଙ୍କ ଭାଗ୍ୟ ବ‌ଦଳେଇଦେବ?

ସମ୍ବନ୍ଧିତ ଖବର