‘କାନ୍ତାରା’ର ଏହି ଦୃଶ୍ୟ ସୁଟିଂର ୨୦-୩୦ଦିନ ପୂର୍ବରୁ ଆମିଷ ଖାଇବା ଛାଡ଼ି ଦେଇଥିଲେ ଅଭିନେତା ଋଷଭ ସେଟ୍ଟୀ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ  ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛନ୍ତି ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତେବେ ବକ୍ସ ଅଫିସର କିଙ୍ଗ ପାଲଟିଥିବା କନ୍ତାରାକୁ ନେଇ ଏବେ କିିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି।

ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ବିଷୟରେ ଋଷଭ ସେଟ୍ଟୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଦେବ କୋଳା ସିକ୍ୟୁଏନ୍ସର ସୁଟିଂର ୨୦ରୁ ୩୦ଦିନ ପୂର୍ବରୁ ସେ ଆମିଷ ଖାଇବା ଛାଡ଼ିଦେଇଥିଲେ। ତାଙ୍କ କହିବା ମୁତାବକ, ଦେବ କୋଳା ଅଳଙ୍କାର ପିନ୍ଧିବା ପରେ ମୁଁ କେବଳ ପଇଡ ପାଣି ପିଉଥିଲି। ଏହା ଚଡ଼ା ନା ମୁଁ କିଛି ଖାଉଥିଲି ନା କିଛି ପିଉଥିଲି। ଦେବ କୋଳା ସିକ୍ୟୁଏନ୍ସର ସୁଟିଂ ପୂର୍ବରୁ ଏବଂ ପରେ ମୋ‌ତେ ପ୍ରସାଦ ଖାଇବାକୁ ଦିଆଯାଉଥିଲା।

ଉଲ୍ଲେଖଯୋଗ୍ୟ, କନ୍ନଡ ଭାଷାର ଲୋକପ୍ରିୟତା ଏବଂ ସଫଳତାକୁ ଦେଖି ଋଷଭ ଶେଟ୍ଟୀଙ୍କ ଫିଲ୍ମ ‘କାନ୍ତାରା’ ମଧ୍ୟ ଅକ୍ଟୋବର ୧୪ ରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିଥିଲା। ତାମିଲ ଏବଂ ତେଲୁଗୁ ଭାଷାରେ ୧୫ ଅକ୍ଟୋବରରେ ପ୍ରେକ୍ଷାଳୟରେ ଏବଂ ୨୦ ଅକ୍ଟୋବରରେ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଥିଲା ​। ଚଳଚ୍ଚିତ୍ର ‘କନ୍ତାରା’ର କାହାଣୀ ବିଷୟରେ କହିବାକୁ ଗଲେ ଏଥିରେ ପୁରାଣ, କିମ୍ବଦନ୍ତୀ ଏବଂ ଅନ୍ଧବିଶ୍ୱାସର କାହାଣୀ ଦେଖାଯାଇଛି। ଏହାର କାହାଣୀ ରୀତିନୀତି ଏବଂ ପରମ୍ପରା, ଲୁକ୍କାୟିତ ଧନ ଉପରେ ଆଧାରିତ।

ସମ୍ବନ୍ଧିତ ଖବର