ବିଏମ୍‌ସି ଓ ସୋନୁଙ୍କ ମଧ୍ୟରେ ପୁଣି ମୁଣ୍ଡ ଟେକିଲା ବିବାଦ

ବ୍ରିହାନ ମୁମ୍ବାଇ ମୁନିସିପାଲ୍ କର୍ପୋରେସନ (ବିଏମ୍‌ସି) ଓ ବଲିଉଡ୍ ମଧ୍ୟରେ ବିବାଦର ଅନ୍ତ ଘଟିବାର ନାଁ ନେଉନାହିଁ। ପ୍ରଥମେ କଙ୍ଗନାଙ୍କ ସହ ବିବାଦ ପରେ ଏବେ ଅଭିନେତା ସୋନୁ ସୁଦ୍‌ ବିଏମ୍‌ସିର ଆକ୍ରୋଶର ଶିକାର ହୋଇଛନ୍ତି। ସୋନୁଙ୍କ ଜୁହୁସ୍ଥିତ ହୋଟେଲ୍ ବେଆଇନ୍‌ ଭାବେ ନିର୍ମାଣ ହୋଇ ଚାଲୁଛି ବୋଲି ଅଭିଯୋଗ କରିଛି ବିଏମ୍‌ସି। ଏହା ସହିତ ସୋନୁଙ୍କ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହିବାକୁ ପଛାଇନାହିଁ। ତେବେ ସୋନୁଙ୍କ ଜୁହୁସ୍ଥିତ ବିଲ୍‌ଡିଂର ୬ଷ୍ଠ ମହଲାରେ ହୋଟେଲ୍ ଖୋଲାଯାଇଥିବାରୁ ବିଏମ୍‌ସି ଏହାକୁ ବିରୋଧ କରି ହୋଟେଲ୍ ଭାଙ୍ଗିବା ପାଇଁ ନୋଟିସ୍ ଦେଇଥିଲା। ଯାହାକୁ ନେଇ ସୋନୁ ହାଇକୋର୍ଟ ଯାଇଥିଲେ। ବମ୍ବେ ହାଇକୋର୍ଟ ନିଷ୍ପତି ପୂର୍ବରୁ ବିଏମ୍‌ସି ଜୁହୁ ବିଲ୍ଡିଂ ଉପରେ ନାଗରିକଙ୍କ ରହିବାକୁ ନେଇ ନୋଟିସ୍ ସଂରକ୍ଷିତ ରଖିଛି। ସୋନୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପରୋକ୍ଷରେ ବିଏମ୍‌ସିକୁ ଟ୍ବିଟର୍‌ ମାଧ୍ୟମରେ ଟାର୍ଗେଟ୍ କରିଛନ୍ତି।

ସମ୍ବନ୍ଧିତ ଖବର