ଅଭିନେତ୍ରୀ କଙ୍ଗନା ରଣାୱତ୍ଙ୍କ ପରେ ଏବେ ବମ୍ବେ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମ୍ସି)ର ଟାର୍ଗେଟ୍ରେ ଲୋକପ୍ରିୟ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରା। ସୂଚନା ଅନୁସାରେ, ବେଆଇନ ନିର୍ମାଣ ନେଇ ବିଏମ୍ସି ପକ୍ଷରୁ ଉଭୟଙ୍କ ଘର ଆଗରେ ବିଏମ୍ସି ନୋଟିସ୍ ଲଗାଇଥିଲା। ତେବେ ୨୪ ଘଣ୍ଟା ଭିତରେ କଙ୍ଗନାଙ୍କ ପ୍ରଡକ୍ସନ୍ ହାଉସ୍ ‘ମଣିକର୍ଣ୍ଣିକା ଚଳଚ୍ଚିତ୍ର’ର ବେଆଇନ ନିର୍ମାଣକୁ ବିଏମ୍ସି ଭାଙ୍ଗି ଦେଇଥିବା ବେଳେ ମନୀଷଙ୍କୁ କିନ୍ତୁ ନୋଟିସ୍ର ଜବାବ ରଖିବାକୁ ୭ ଦିନ ସମୟ ଦିଆଯାଇଛି। ନୋଟିସ୍ରେ ଦର୍ଶାଯାଇଛି, ମନୀଷ ତାଙ୍କ ଘରକୁ ବ୍ୟାବସାୟିକ ସ୍ଥାନରେ ପରିଣତ କରିବାକୁ ଅନୁମତି ନେଇନାହାନ୍ତି। ତେବେ ଏ ସଂପର୍କରେ ମନୀଷଙ୍କ ମୁଖପାତ୍ର ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ କାର୍ଯ୍ୟାଳୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ୧୫ ବର୍ଷ ଧରି ଏହା ଏମିତି ହିଁ ରହିଛି। ଯଦି ବିଏମ୍ସି ପକ୍ଷରୁ କୌଣସି ଆପତ୍ତି ଅଛି, ତେବେ ଆମେ ସେମାନଙ୍କ ସହଯୋଗରେ ସେ ସବୁକୁ ଠିକ୍ କରିଦେବୁ।
ଡିଜାଇନର୍ ମନୀଷ ମଲ୍ହୋତ୍ରାଙ୍କୁ ବିଏମ୍ସିର ନୋଟିସ୍
/sambad/media/post_attachments/wp-content/uploads/2020/09/manish-malhotra-1200.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)