ବାପାଙ୍କ ସହ ଏବେ ବି ମୁଁ ଭଲ ଭାବେ ମିଶି ପାରେନା: ବବି

ମୁଁ ଯେତେବେଳେ ଛୋଟ ଥିଲି, ବାପା ସବୁବେଳେ ସୁଟିଂରେ ବ୍ୟସ୍ତ ରହୁଥିଲେ। କଠିନ ପରିଶ୍ରମ କରୁଥିଲେ, ଆମ ପାଇଁ, ପରିବାର ପାଇଁ ଓ ଏକ ସ୍ବତନ୍ତ୍ର ପରିଚୟ ପାଇଁ। ଏଣୁ ତାଙ୍କ ସହ ଅଧିକ ସମୟ ଅତିବାହିତ କରିବାର ସୁଯୋଗ ମିଳୁ ନଥିଲା। ଏବେ ବି ମୁଁ ମୋ ବାପାଙ୍କ ସହ ଭଲ ଭାବେ ମିଶି ପାରେନି। ମନରେ ଡର ରୁହେ ଯେ କାଳେ ବେଶି ମିଶିଲେ, ସେ ରାଗିବେ, ଗାଳି ଦେବେ। ଏକ ସାକ୍ଷାତକାରରେ ଅଭିନେତା ବବି ଦେୱଲ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି, ସେତେବେଳର ସମୟ ଅଲଗା ଥିଲା। ଏବେର ପିଢ଼ି ଭଳି ସେତେବେଳେ ବାପାମାନଙ୍କ ସହ ଏତେ ଭଲ ଭାବେ ମିଶି ହେଉନଥିଲା। କିନ୍ତୁ ମୁଁ ଚାହେନି, ମୋ ପିଲାମାନଙ୍କ ସହ ମୋର ଏମିତି ସଂପର୍କ ରହୁ। ପାଖରେ ଥାଇ ବି ପିଲାମାନେ ଦୂରରେ ଥିଲା ଭଳି ଅନୁଭବ କରନ୍ତୁ। ମୋ ଦୁଇ ପୁଅ ଆର୍ଯ୍ୟାମ୍ୟାନ୍‌ ଓ ଧରମ୍‌ଙ୍କ ସହ ମୁଁ ସାଙ୍ଗ ଭଳି ମିଶେ। ଆମ ସଂପର୍କରେ କେବେ ବି ଦୂରତା ନ ଆସୁ।

ସମ୍ବନ୍ଧିତ ଖବର