‘ରେସ୍‌-୩’ ପରେ ଏବେ ‘ହାଉସଫୁଲ-୪’ ରେ ନଜର ଆସିବେ ବବି ଦେଓଲ

ମୁମ୍ବାଇ: ଦୀର୍ଘ ୪ବର୍ଷ ପର୍ଯ୍ୟନ୍ତ ଫିଲ୍ମ ଦୁନିଆରୁ ଦୂରେଇ ରହିବା ପରେ ଏବେ ପୁଣି ଫେରୁଛନ୍ତି ବବି ଦେଓଲ । ଏକ ନୂଆ ଲୁକ୍‌ ଏବଂ ମେକ୍‌ଓଭର ନେଇ ସେ ପୁଣି ଥରେ ଫିଲ୍ମକୁ ଫେରୁଛନ୍ତି । କିଛି ଦିନ ତଳେ ସେ ସଲମାନ ଖାନ୍‌ଙ୍କ ସହ ‘ରେସ-୩’ରେ ନଜର ଆସୁଛନ୍ତି ବୋଲି ଖବର ସ୍ପଷ୍ଟ ହେବା ପରେ ଏବେ ସେ ଆଉ ଏକ ବଡ଼ ବ୍ୟାନରର ଫିଲ୍ମ ‘ହାଉସ୍‌ଫୁଲ-୪’ରେ ଅଭିନୟ କରିବେ ବୋଲି ଜଣା ପଡ଼ିଛି । ଏମିତି ଗୋଟେ ପରେ ଗୋଟେ ବଡ଼ ବ୍ୟାନରର ସିନେମା ମିଳିବା ପରେ ବବି ବହୁତ ଖୁସିଥିବା ଜଣା ପଡ଼ିଛି ।
ତାଙ୍କ କହିବା ଅନୁଯାୟୀ, ‘୪ବର୍ଷ ପୂର୍ବରୁ ଯେତେବେଳେ ମୁଁ ଫିଲ୍ମ ଦୁନିଆ ଛାଡ଼ିଥିଲି, ସେତେବେଳେ ମୁଁ ଆଜି ଯେଉଁଠି ଅଛି ସେଇଠି ପହଞ୍ଚିବି ବୋଲି ଭାବି ନ ଥିଲି । ମୁଁ ସବୁବେଳେ ସାଜିଦ୍‌ ନାଦିଆଦ୍‌ଓ୍ଵାଲାଙ୍କ ସହ କାମ କରିବା ପାଇଁ ଇଚ୍ଛା ରଖି ଆସିଥିଲି ଏବଂ ଶେଷରେ ଏହା ‘ହାଉସଫୁଲ୍‌-୪’ ମାଧ୍ୟମରେ ପୂରା ହେବାକୁ ଯାଉଛି । ଅକ୍ଷୟଙ୍କ ସହ ମୁଁ ଆଗରୁ ୪ଟି ଫିଲ୍ମ କରି ସାରିଛି । ଏତେ ଦିନ ପରେ ପୁଣି ଥରେ ତାଙ୍କ ସହ ସ୍କ୍ରିନ ସେୟାର କରିବାକୁ ଯାଇଥିବାରୁ ମୁଁ ବହୁତ ଖୁସି ।’

Bollywoodlife.com

୨୦୧୨ରେ ବବିଙ୍କ ଅଭିନୀତ ଶେଷ ଫିଲ୍ମ ‘ପ୍ଲେୟାର’ ରିଲିଜ ହୋଇଥିଲା । ଏହା ପରେ ସେ ଆଉ ପରଦା ଉପରେ ନଜର ଆସି ନ ଥିଲେ । ବଲିଉଡ଼ରେ ତାଙ୍କର କ୍ୟାରିୟର ସମାପ୍ତ ହୋଇଗଲା ବୋଲି ଦର୍ଶକେ ଭାବୁଥିବା ବେଳେ ଏବେ ସେ ପୁଣି ଥରେ ଦର୍ଶକଙ୍କ ମନୋରଞ୍ଜନ କରିବା ପାଇଁ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ତେବେ ସେ କେତେ ଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର