ମୁମ୍ବାଇ: ଗତକିଛି ଦିନ ତଳେ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ ରିଲିଜ୍‌ ହୋଇଥିବା ବେଳେ ସବୁତକ ଲାଇମ୍‌ଲାଇଟ୍‌ ଚୋରେଇ ନେଇଛନ୍ତି ସୁପର୍‌ଷ୍ଟାର୍‌ ଧର୍ମେନ୍ଦ୍ରଙ୍କ ପୁଅ ତଥା ସନ୍ନି ଦେଓଲଙ୍କ ସାନ ଭାଇ ଅଭିନେତ‌ା ବବି ଦେଓଲ। ଏବେ ବଲିଉଡ ଅଭିନେତା ବବି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଆନିମଲ’ର ସଫଳତାକୁ ଖୁବ୍‌ ଜୋରରେ ଉପଭୋଗ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଥିବା ତାଙ୍କ ଚରିତ୍ରକୁ ଓ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଛନ୍ତି। ଏତେ ଦିନ ପରେ ସଫଳତା ମିଳିବା ପରେ ବବି କାନ୍ଦି ପକାଇଥିବାର ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏଥରୁ ସ୍ପଷ୍ଟ ହୋଇଛି ଯେ ବବି ତାଙ୍କ ସଫଳତାକୁ ନେଇ କେତେ ଆନନ୍ଦିତ।

Advertisment

ନିକଟରେ ଏକ ସାକ୍ଷାତ୍‌କାରରେ ସେ ନିଜ ସଂପର୍କିତ ଏକ କଥା ସେୟାର କରିଛନ୍ତି। ‘ରକି ଔର୍‌ ରାନୀ କୀ ପ୍ରେମ୍‌ କହାନୀ’ରେ ଧର୍ମେନ୍ଦ୍ରଙ୍କୁ ମରି ଯାଉଥିବାର ଦେଖି ତାଙ୍କୁ କିପରି ଲାଗିଥିଲା ସେ ସଂପର୍କରେ ସେ ଉଲ୍ଲେଖ କରିଛନ୍ତି।

ବବି କହିଛନ୍ତି ଯେ ‘‘ଆମେ ଜାଣୁ ଯେ ପରଦାରେ ଯାହା ଘଟୁଛି ତାହା ନକଲି, କିନ୍ତୁ ଏହା ସତ୍ତ୍ବେ ମନକୁ ନକାରାତ୍ମକ ଭାବନା ପଳାଇ ଆସେ। ମୋ ମାଆ ଯେତେବେଳେ ମୋତେ ପରଦାରେ ମରିଯିବାର ଦେଖିଲେ ତ କାନ୍ଦି ପକାଇଲେ। ମୋ ସହ ବି ‘ରକି ଔର୍‌ ରାନୀ କୀ ପ୍ରେମ୍‌ କହାନୀ’ ଦେଖିବା ବେଳେ ସେପରି ଘଟିଥିଲା। ବାପାଙ୍କୁ ପରଦାରେ ମରି ଯାଉଥିବାର ଦେଖି ମୁଁ ଅଧାରୁ ହଲ୍‌ ଛାଡ଼ି ବାହରକୁ ପଳାଇ ଆସିଥିଲି। ମୋ ବାପାମାଆଙ୍କ ବୟସ ହେଲାଣି। ମନରେ ଏକ ଭୟ ରହୁଛି। ସମସ୍ତଙ୍କୁ ଦିନେ ନା ଦିନେ ଯିବାକୁ ପଡିବ, ହେଲେ ଆମେ ଚାହୁଁ ଆମ ବାପାମାଆ ସର୍ବଦା ଆମ ସହ ରୁହନ୍ତୁ। ତେଣୁ ଏହିପରି ଦୃଶ୍ୟ ଆମକୁ ବିଚଳିତ କରେ।’’