ଏହି ସର୍ତ୍ତ ମାନିବା ପରେ ‘ରେସ୍‌-୩’ରେ ବବି ଦେଓଲଙ୍କୁ ମିଳିଥିଲା କାମ, ସଲମାନ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ : ଏଇ କିଛି ମାସ ହେଲାଣି ‘ରେସ୍‌-୩’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ପରେ ଏବେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଫିଲ୍ମରେ ସଲମାନଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ବବି ଦେଓଲଙ୍କୁ ନେଇ । ଫିଲ୍ମରେ ଥିବା ଏକ ଦୃଶ୍ୟରେ ସଲମାନ ଏବଂ ବବି ନିଜ ସାର୍ଟ ଖୋଲି ଚାଲି ଚାଲି ଆସୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟକୁ ନେଇ ଏବେ ଆଉ ଏକ କଥା ସାମ୍ନାକୁ ଆସିଛି । ଫିଲ୍ମର ପ୍ରମୋସନ କରିବା ସମୟରେ ବବିଙ୍କୁ ଏହି ଫିଲ୍ମ କିପରି ମିଳିଲା ସେ ବିଷୟରେ ପଚରା ଯିବା ପରେ ବବି ସମସ୍ତଙ୍କୁ ତା’ ପଛର କାହାଣୀ ଜଣାଇଥିଲେ ।

YouTube

ସେ କହିଛନ୍ତି, “ଫିଲ୍ମ ସୋଲ୍‌ଜରର ସୁଟିଂ ସମୟରେ ରମେଶ ତୌରାନି ମୋତେ ସାର୍ଟ ଖୋଲିବା ପାଇଁ କହିଥିଲେ । କିନ୍ତୁ ସେ ସମୟରେ ମୁଁ ଏପରି କରିବା ଜରୁରୀ ମନେ କରି ନ ଥିଲି । ଯେତେବେଳେ ‘ରେସ୍‌-୩’ରେ ଏପରି କିଛି ଦୃଶ୍ୟର କଥା ଉଠିଥିଲା ସେତେବେଳେ ମୁଁ ଏହି ଦୃଶ୍ୟ କରିବି ନାହିଁ ବୋଲି ରମେଶ ସଲମାନଙ୍କୁ କହିଥିଲେ । ଏହା ଶୁଣି ସଲମାନ ମୋତେ ଗୋଟେ ଦିନ ଫୋନ କରି ମାମୁଁ ସାର୍ଟ କାଢ଼ିବ କି ନାହିଁ ବୋଲି ପଚାରିଥିଲେ । ସଲମାନଙ୍କ ମୁହଁରୁ ସେ ପ୍ରଶ୍ନ ଶୁଣି ମୁଁ ତୁରନ୍ତ ହଁ ଭରିଥିଲି । ମୁଁ କିଛି ବି କରିବି । ବାସ୍‌ ମୋତେ କାମ ଦରକାର ବୋଲି କହିଥିଲି । ଯାହା ପରେ ମୋତେ ‘ରେସ୍‌-୩’ରେ କାମ କରିବାକୁ ସୁଯୋଗ ମିଳିଥିଲା।”

ସମ୍ବନ୍ଧିତ ଖବର