ପୁଣି କମେଡି କରିବେ ବବି ମିଶ୍ର , ଜାଣନ୍ତୁ କେଉଁ ସିନେମାରେ

ଭୁବନେଶ୍ୱର: ଆଜିକାଲି ଜଣେ ଅଭିନେତା ଓଲିଉଡରେ ଯଥେଷ୍ଟ ସକ୍ରିୟ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଅଧିକସଂଖ୍ୟକ ଓଡ଼ିଆ ସିନେମାରେ ଦେଖିବାକୁ ମିଳୁଛି। ଏହି ଓଲିଉଡ୍‌ ଅଭିନେତା ଜଣକ ହେଲେ ବବି ମିଶ୍ର।
୨୦୧୮ରେ ଏଯାଏଁ ବବି ମିଶ୍ରଙ୍କୁ ଦର୍ଶକ ହାପି ଲକି, ଦୀପୁ ଦ ଡ୍ୟାନ୍ସ ବୟ ଓ ସୁନ୍ଦରଗଡର ସଲମାନ୍‌ ଖାନ୍‌ ଆଦି ଓଡ଼ିଆ ଛବିରେ ଦେଖି ସାରିଲେଣି। ଏବେ ତାଙ୍କ ଅଭିନୀତ କେତୋଟି ସିନେମା ରିଲିଜ୍‌ ପାଇଁ ରହିଛି। ଏହି ଫିଲ୍ମ ଗୁଡିକ ମଧ୍ୟରେ ରହିଛି ‘ନାୟକର ନାଆଁ ଦେବଦାସ’, ‘ଯୋଉଠି ଥିଲେ ବି ତୁ ମୋର’ ଏବଂ ‘ପ୍ରେମ ପାଇଁ ମହାଭାରତ’ ଆଦି।
ଏବେ ବବି ମିଶ୍ର ପୁଣି ଏକ ନୂଆ ଓଡ଼ିଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘ଲଭ ଏକ୍ସପ୍ରେସ୍‌’। ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ସିନେମାରେ ନାୟକ-ନାୟିକା ଭୂମିକାରେ ଅଛନ୍ତି ସ୍ୱରାଜ-ସନମୀରା।
‘ଲଭ ଏକ୍ସପ୍ରେସ’ରେ ବବି ମିଶ୍ର ଙ୍କୁ ଏକ ହାସ୍ୟ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ। ଏହି ଫିଲ୍ମରେ ସେ ନାୟକର ବଡ଼ ଭାଇ ଭୂମିକାରେ ଅଭିନୟ କରୁଛନ୍ତି।
ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲାଙ୍କ ସହ ବବି ମିଶ୍ର ପ୍ରାୟ ନଅ ବର୍ଷ ପରେ କାମ କରୁଛନ୍ତି। ବବି ପୂର୍ବରୁ ସୀତାରାମଙ୍କ ଫିଲ୍ମ ‘ଅଭିମନ୍ୟୁ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।


‘ଲଭ ଏକ୍ସପ୍ରେସ’ରେ ନିଜର ଭୂମିକାକୁ ନେଇ ସେ ଯେତିକି ଉତ୍ସାହିତ ଅଛନ୍ତି, ଠିକ୍‌ ସେତିକି ଆନନ୍ଦିତ ଅଛନ୍ତି ସୀତାରାମ ଅଗ୍ରଓ୍ଵାଲଙ୍କ ଯୋଜନା ସଂସ୍ଥାକୁ ଫେରି।

ସମ୍ବନ୍ଧିତ ଖବର