ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ବବି ମିଶ୍ର ଏବେ ବେଶ ସକ୍ରିୟ ହେଲେଣି। ୨୦୧୬ରେ ତାଙ୍କ ଅଭିନୀତ ସିନେମା ଦେଲେ ଧରା କଥା ସରେ ରିଲିଜ୍ ହୋଇଥିଲା ହେଲେ ଗତବର୍ଷ ତାଙ୍କର କୌଣସି ବି ଗୋଟିଏ ଓଡ଼ିଆ ଛବି ରିଲିଜ୍ ହୋଇ ନଥିଲା। ଏବର୍ଷ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଜାନୁଆରି ମାସରେ ରିଲିଜ୍ ହୋଇଥିବା ଫିଲ୍ମ ‘ ହାପି ଲକି’ ରେ ବବି ମିଶ୍ରଙ୍କୁ ଦେଖିବାକୁ ମିଳିଛି ଖଳନାୟକ ଭୂମିକାରେ । ଏହି ଜବରଦସ୍ତ ଭୂମିକା ଲାଗି ବି ସେ ପ୍ରଶଂସିତ ହେଉଛନ୍ତି ।
/sambad/media/post_attachments/wp-content/uploads/2018/02/Dipu-4-The-Dance-Boy-2017-1-300x166.jpg) ‘ହାପି ଲକି’ ରେ ଧମାକା କରିବା ପରେ ବବି ମିଶ୍ର ପୁଣି ଆସୁଛନ୍ତି ଆଉ ଦୁଇଟି ଓଡ଼ିଆ ସିନେମାରେ । ଏଥିମଧ୍ୟରୁ ପ୍ରଥମ ସିନେମା ହେଲା ‘ଦୀପୁ -ଦ ଡ୍ୟାନ୍ସ ବୟ’ । ମନୋଜ ରାଉତଙ୍କ ପ୍ରଯୋଜିତ ତଥା ଅରୁଣ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣି ବବି ଖଳନାୟକ ଭୂମିକାରେ ନଜର ଆସିବେ । ଏଥିରେ ତାଙ୍କର ଦମ୍ଦାର ରୋଲ୍ ଥିବା ଜଣାଯାଇଛି । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ମନୋଜ, କୋଏଲ୍ , ଏଲସା, ମୀନକେତନ ଓ ଅଜିତ୍ ଦାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
 ‘ହାପି ଲକି’ ରେ ଧମାକା କରିବା ପରେ ବବି ମିଶ୍ର ପୁଣି ଆସୁଛନ୍ତି ଆଉ ଦୁଇଟି ଓଡ଼ିଆ ସିନେମାରେ । ଏଥିମଧ୍ୟରୁ ପ୍ରଥମ ସିନେମା ହେଲା ‘ଦୀପୁ -ଦ ଡ୍ୟାନ୍ସ ବୟ’ । ମନୋଜ ରାଉତଙ୍କ ପ୍ରଯୋଜିତ ତଥା ଅରୁଣ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣି ବବି ଖଳନାୟକ ଭୂମିକାରେ ନଜର ଆସିବେ । ଏଥିରେ ତାଙ୍କର ଦମ୍ଦାର ରୋଲ୍ ଥିବା ଜଣାଯାଇଛି । ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ମନୋଜ, କୋଏଲ୍ , ଏଲସା, ମୀନକେତନ ଓ ଅଜିତ୍ ଦାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ ବବି ମିଶ୍ର ଅତୀତରେ କେତେକ ସିନେମାରେ ନେଗେଟିଭ୍ ରୋଲ କରି ଚର୍ଚ୍ଚାକୁ ଆସିଥିଲେ। ଏଥିମଧ୍ୟରୁ ବ୍ରଜରାଜ ମୁଭିଜର ‘ମୁଁ ତତେ ଲଭ୍ କରୁଛି’, ‘ଡନ୍’, ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ପ୍ରେମରୋଗୀ’ଆଦି ଉଲ୍ଲେଖନୀୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/BOBBY-MISHRA-PREMROGI.jpg)
