କଳାକାରଙ୍କ ଅଦ୍ଭୁତ ଅଭ୍ୟାସ : କିଏ ବିଭିନ୍ନ ପ୍ରକାର ସାବୁନ ସଂଗ୍ରହ କରି ରଖନ୍ତି ତ କିଏ ଆଜି ମଧ୍ୟ ମା’ଙ୍କ ଠାରୁ ନିଅନ୍ତି ୧୫୦୦ ଟଙ୍କାର ପକେଟମନି
ମୁମ୍ବାଇ : ବିଭିନ୍ନ ବଲିଉଡ୍ କଳାକାରଙ୍କର ରହିଛି ଭିନ୍ନ କୌତୁକିଆ ଅଭ୍ୟାସ। ଅନେକ ଅଭିନେତା-ଅଭିନେତ୍ରୀଙ୍କର ଏପରି କିଛି ତାଙ୍କର ଅଭ୍ୟାସ ରହିଛି ଯାହାକୁ ସେମାନେ ଚାହିଁ ମଧ୍ୟ ପରିବର୍ତ୍ତନ କରିପାରି ନାହାନ୍ତି। ଆସନ୍ତୁ ଜାଣିବା ବଲିଉଡ୍ କଳାକାରଙ୍କର ସେହିଭଳି କଛି ଅଜଣା ଅଭ୍ୟାସ ବିଷୟରେ, ଯାହା କେବଳ ତାଙ୍କ ଆତ୍ମୀୟମାନଙ୍କୁ ଜଣା।
ସଲମାନ ଖାନ୍ :
Sambad is now on WhatsApp
Join and get latest news updates delivered to you via WhatsApp
ନିଜର ଦବଙ୍ଗ ଅଭିନୟ ପାଇଁ ଦର୍ଶକଙ୍କ ମନରେ ରାଜ୍ କରିଥାନ୍ତି ସଲମାନ । ବଲିଉଡର ମୋଷ୍ଟ ଏଲିଜିବଲ୍ ବ୍ୟାଚେଲର ଭାବେ ଜଣାଯାଉଥିବା ସଲମାନଙ୍କର ଏକ ନିଆରା ଅଭ୍ୟାସ ରହିଛି। ତାଙ୍କୁ ବିଭିନ୍ନ ପ୍ରକାରର ସାବୁନ ବ୍ୟବହାର କରିବା ପାଇଁ ଭଲ ଲାଗିଥାଏ । ଏପରିକି ସଲମାନଙ୍କ ଗାଧୁଆ ଘରେ ହାତପ୍ରସ୍ତୁତ, ଡ଼ିଜାଇନର , ହର୍ବାଲ ସହ ବିଭିନ୍ନ ଦେଶର ସାବୁନ ଦେଖିବାକୁ ମିଳିଥାଏ ।
ଶାହରୁଖ ଖାନ୍ :
ବଲିଉଡ୍ର ବାହଶାହା ଶାହରୁଖ ଖାନଙ୍କର ପ୍ରାୟତଃ ପ୍ରତିଦିନ ମିଡ଼ିଆରେ ବିଭିନ୍ନ ପ୍ରକାରର ଫଟୋ ଆସିଥାଏ । କଳାକାର ଯେହେତୁ ତାଙ୍କୁ ଅଧିକରୁ ଅଧିକ ସମୟ କ୍ୟାମେରା ସାମ୍ନାରେ ହିଁ ବିତାଇବାକୁ ପଡ଼ିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି କିଙ୍ଗ ଖାନ୍ଙ୍କୁ ଖାଇବା ସମୟରେ ଫଟୋ ଉଠାଇବା ବିଲକୁଲ ପସନ୍ଦ ନୁହଁ । ଏହା ସହ ଶାହରୁଖଙ୍କୁ ଆଇସ୍କ୍ରିମ୍ ଖାଇବା ବି ପସନ୍ଦ ନୁହଁ, ଏପରିକି ସେ କାହାକୁ ଆଇସ୍କ୍ରିମ୍ ଖାଇବା ଦେଖିଲେ ମଧ୍ୟ ସେ ଚିଡ଼ି ଯାଇଥାନ୍ତି ।
ରଣବୀର କପୁର:
ସାଓ୍ଵରିଆ ଅଭିନେତା ରଣବୀର ତାଙ୍କର ଅଭିନୟ ପାଇଁ ଲକ୍ଷଲକ୍ଷ ମହିଳାଙ୍କର ହୃଦୟର ସ୍ପନ୍ଦନ ସାଜିଛନ୍ତି । ତେବେ ଆପଣ ଜାଣିଛନ୍ତି କି ଚଳଚ୍ଚିତ୍ରରେ କୋଟି କୋଟ ି ପାରିଶ୍ରମିକ ନେଉଥିବା ଲଭର ବୟ ରଣବୀର ଆଜି ମଧ୍ୟ ତାଙ୍କ ମାତା ନୀତୁ କପୁରଙ୍କ ଠାରୁ ୧୫୦୦ ଟଙ୍କା ପକେଟ ମନି ନେଇଥାନ୍ତି ।
ଅଭିତାଭ ବଚ୍ଚନ :
ବଲିଉଡ଼ର ବିଗ୍ ବି ଅଭିତାଭ ବଚ୍ଚନଙ୍କୁ ସମୟାନୁବର୍ତ୍ତିତା ଲାଗି ଫିଲ୍ମଶିଳ୍ପ ଦେଇଥାଏ ସମ୍ମାନ । ଏପରି କି ଯଦି ଅମିତାଭଙ୍କୁ ଗୋଟେ ସ୍ଥାନକୁ ନିମନ୍ତ୍ରଣ କରାଯାଇଛି ସେ ସେଠାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଥାନ୍ତି । ସୁଟିଂ ସେଟରେ ମଧ୍ୟ ଗେଟକିପର ଏବଂ ପିଅନ ପହଞ୍ଚିବା ପୂର୍ବରୁ ବିଗ ବି ପହଞ୍ଚିଥାନ୍ତି ।