ଅନେକଙ୍କ ଧାରଣା ବାପମାଆ କହିଲେ କେବଳ ଜନ୍ମ ଧେଇଥିବା ୨ଟି ପ୍ରାଣୀ। ମାତ୍ର ଯଶୋଧା ଓ କୃଷ୍ଣଙ୍କ କଥା ଆପଣ ଜାଣିଥିବେ ନିଶ୍ଚୟ। ଯଶୋଧା କୃଷ୍ଣଙ୍କୁ ଜନ୍ମ ନ ଦେଇ ବି ସଂସାରର ସର୍ବଶ୍ରେଷ୍ଟ ମାଆ। କଥାଟି ହେଉଛି ପତୃତ୍ୱ ଅବା ମାତୃତ୍ୱ ରକ୍ତରେ ନୁହେଁ ଭାବନାରେ ଥାଏ। ବଲିଉଡ୍ରେ ଅଛନ୍ତି ଏପରି କିଛି ବାପାମାଆ, ଯିଏକି ଜନ୍ମ ନ ଦେଇ ବି ଆଦର୍ଶ।
-ସାହିଦ କପୁର ହେଉଛନ୍ତି ଜଣେ ଏପରି ବଲିଉଡ୍ ଅଭିନେତା ଯାହାଙ୍କର ଉଭୟ ଷ୍ଟେପ୍ ବାପା ଓ ମାଆ ଅଛନ୍ତି।
-ସୈଫ ଅଲ୍ଲୀ ଖାନ୍ଙ୍କୁ ବିବାହ ପୂର୍ବରୁ ସୈଫ୍ଙ୍କର ସାରା ଇ ଇବ୍ରାହିମ୍ ନାମକ ଦୁଇ ପୁଅ ଝିଅ ଥିଲେ। ଯାହାଙ୍କ ସହ କରୀନାଙ୍କ ସଂପର୍କ ବନ୍ଧୁ ପରି।
-ଫର୍ହା ଖାନ୍ ଏବଂ ଭଉଣୀ ଜୋୟା ହେଉଛନ୍ତି ସାବ୍ନା ଅଜ୍ମୀଙ୍କ ଷ୍ଟେଫ୍ ସନ୍ ଆଣ୍ଡ୍ ଡଟର୍। ସେମାନଙ୍କ ମଧ୍ୟରେ ବି ଦେଖିବାକୁ ମିଳେ ଏକ ସୁନ୍ଦର ସଂପର୍କ।
-ଅର୍ଜୁନ କପୁର ହେଉଛନ୍ତି ଶ୍ରୀଦେବିଙ୍କ ଷ୍ଟେପ୍ ସନ। ସେ କହିଛନ୍ତି ଶ୍ରୀଦେବୀ ହେଉଛନ୍ତି ଖାଲି ମୋ ବାପାଙ୍କ ପତ୍ନୀ, ମୋର କିଛି ନୁହଁନ୍ତି। ମାତ୍ର ଶ୍ରୀଦେବୀଙ୍କ ପ୍ରତି ତାଙ୍କ ମନରେ ଯଥେଷ୍ଟ ସମ୍ମାନ ରହିଛି ବୋଲି ଅର୍ଜୁନ ଗଣମାଧ୍ୟମରେ ଜଣାଇଛନ୍ତି।