ମାଆ ହେଲେ ଆଲିଆ

ମୁମ୍ବାଇ: ଦୀର୍ଘଦିନର ପ୍ରେମସମ୍ପର୍କ ଓ ଡେଟିଂ ପରେ ଗତ ଏପ୍ରିଲ ୧୪ରେ ବଲିଉଡ଼ ଅଭିନେତା ରଣବୀର କପୁରଙ୍କୁ ବାହା ହୋଇଥିଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସେ ଆଜି ତାଙ୍କର ପ୍ରଥମ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ସ୍ଥାନୀୟ ଏଚ୍‌ଏନ୍ ରିଲାଏନ୍ସ ହସ୍ପିଟାଲରେ କନ୍ୟା ଜନ୍ମ ପରେ ପରିବାର ପକ୍ଷରୁ ନବଜାତକକୁ ସ୍ବାଗତ କରାଯାଇଛି ଏବଂ ବନ୍ଧୁ-ପ୍ରଶଂସକ ମହଲରୁ ଦମ୍ପତିଙ୍କୁ ଅଭିନନ୍ଦନର ସୁଅ ଛୁଟିଛି।

ରବିବାର ବଡ଼ି ଭୋରରୁ ରଣବୀର ଓ ଆଲିଆ ହସ୍ପିଟାଲରେ ପହଞ୍ଚିଥିଲେ। ତାଙ୍କ ସହ ନୀତୁ କପୁର, ସୋନି ରାଜଦାନ ଓ ସାହିନ ଭଟ୍ଟ ମଧ୍ୟ ହସ୍ପିଟାଲ ଯାଇଥିଲେ। ନାତୁଣୀ ଜନ୍ମ ପରେ ଅଜା ମହେଶ ଭଟ୍ଟ ଖୁସି ବ୍ୟକ୍ତ କରିଛନ୍ତି। ଉଭୟ ଜେଜେମାଆ ଓ ଆଈ ଖୁସିରେ ନାଚିବା ଆରମ୍ଭ କରିଦେଇଥିଲେ। ଘରକୁ ନୂତନ କୁନି ଅତିଥିର ଆଗମନ ଖବର ଆଲିଆ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସହ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର