ଇରଫାନ୍‌ ଖାନଙ୍କୁ କେଉଁ ଭୟଙ୍କର ରୋଗ ହୋଇଛି ?

ମୁମ୍ବାଇ :  କିଛି ଦିନ ହେବ  ଅଭିନେତା ଇରଫାନ ଖାନ୍‌ଙ୍କୁ  ଜଣ୍ଡିସ ଏବଂ ପରେ ପରେ ବ୍ରେନ ଟ୍ୟୁମର ହେବା ଖବର ଭାଇରାଲ ହୋଇଥିଲା । ତେବେ ଏ ନେଇ ଇରଫାନ କିଛି କହି ନ ଥିବା ବେଳେ କେବଳ ଏକ ପୋଷ୍ଟ କରିଛନ୍ତି- ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛି । ଏପରି ଖବର ମଧ୍ୟ  ଆସିଛି କି ଇରଫାନ୍‌ଙ୍କ ରୋଗ ଚତୁର୍ଥ ସ୍ତରରେ ରହିଛି  ଏବଂ ବହୁତ ଶୀଘ୍ର ତାଙ୍କର ଅସ୍ତ୍ରୋପ୍ରଚାର କରାଯିବାର ଅଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଖବରର ସତ୍ୟତା ବିଷୟରେ କିଛି ଜଣାପଡ଼ିନାହିଁ ।

ଗତ ସୋମବାର ଦିନ ଇରଫାନ୍‌ ତାଙ୍କ ଟୁଇଟରରେ ଲେଖିଥିଲେ, ମୁଁ ଏକ ଭୟଙ୍କର ରୋଗରେ ଆକ୍ରାନ୍ତ ଅଛି । ବେଳେବେଳେ ଆପଣ ସଚେତନ  ଥିବେ କିନ୍ତୁ ଆପଣଙ୍କ ଦୁନିଆ ଓଲଟ-ପାଲଟ ହୋଇଯାଏ । ବିଗତ ୧୫ ଦିନ ହେବ ମୋ ଜୀବନ ଏକ ଅନିଶ୍ଚିତ କାହାଣୀ ପାଲିଟିଛି । ମୁଁ କେବେ ମଧ୍ୟ ଭାବି ନ ଥିଲି ଦୁର୍ଲଭ କାହାଣୀ ଖୋଜୁ ଖୋଜୁ ମତେ ଦୁର୍ଲଭ ରୋଗ ହୋଇଯିବ । ତେବେ ମୁଁ କେବେ ମଧ୍ୟ ହାର ମାନିନି ଏବଂ ନିଜ ପାଇଁ ଲଢ଼େଇ କରିଛି ଏବଂ କରୁଥିବି । ମତେ କ’ଣ ହୋଇଛି ଏହା ବିଷୟରେ ମୁଁ ମଧ୍ୟ ଜାଣି ନାହିଁ । ମୋ ରିସର୍ଚ୍ଚରୁ ମତେ ଲାଗୁଛି ଯେ କୌଣସି ଗମ୍ଭୀର ରୋଗ ହୋଇଛି । ମୁଁ ହାର ମାନିନି । ମୋ ପରିବାର ଏବଂ ସାଙ୍ଗସାଥୀ ମୋ ସହିତ ଅଛନ୍ତି । ଆପଣ ମାନେ ଚିନ୍ତା କରିବା ଦରକାର ନାହିଁ । ୧୦ ଦିନ ପରେ ଯେବେ ଯାଞ୍ଚ ପୁରା ହୋଇଯିବ ମୁଁ ନିଜେ ଆପଣ ମାନଙ୍କୁ ଏହା ବିଷୟରେ ଜଣାଇବି ।’

 

 

ସମ୍ବନ୍ଧିତ ଖବର