ବ୍ୟବସାୟୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବଲିଉଡ୍‌ ଅଭିନେତ୍ରୀ ଜିନତ୍‌ ଅମନ

ମୁମ୍ବାଇ: ସତୁରି ଦଶକର ଲୋକପ୍ରିୟ ବଲିଉଡ ନାୟିକା ଜିନତ୍‌ ଅମନ୍‌ ଜୁହୁ ପୁଲିସ୍‌ ଷ୍ଟେସନ୍‌ରେ ଜଣେ ବ୍ୟବସାୟୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ମୁତାବକ, ଅଭିନେତ୍ରୀ ଜିନତଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତଙ୍କୁ ଗତକାଲି ଗିରଫ କରାଯାଇଛି। ଗତ ଜାନୁଆରି ୩୦ ତାରିଖରେ ଏପରି ଘଟିଥିଲା ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଜୁହୁ ପୁଲିସ୍‌ର ଏକ ଟିମ୍‌ ଗୁରୁବାର ଅଭିଯୁକ୍ତ ବ୍ୟବସାୟୀଙ୍କୁ ଗିରଫ କରିଛି।

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଉଭୟ ଅଭିନେତ୍ରୀ ଏବଂ ବ୍ୟବସାୟୀ ପରସ୍ପରଙ୍କୁ ପୂର୍ବରୁ ଜାଣିଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ କିିଛିଟା ବ୍ୟକ୍ତିଗତ ଅସୁବିଧା ହେତୁ ସେ ଦୁହେଁ ପରସ୍ପରଙ୍କଠାରୁ ଅଲଗା ହୋଇ ଯାଇଥିଲେ। ତେବେ ଅଭିନେତ୍ରୀଙ୍କ ଅଭିଯୋଗ ହେଉଛି ବ୍ୟବସାୟୀ ଜଣକ ତାଙ୍କୁ ପ୍ରଥମେ ଫୋନ କରି ଡାକିଥିଲେ ଏବଂ ପରେ ତାଙ୍କୁ ଅନୁସରଣ କରିଥିଲେ। ସୁଯୋଗ ପାଇ ତାଙ୍କୁ ଦୁଷ୍କର୍ମ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର