ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍‌, ଟୁଇଟ୍‌ କରି ଦେଲେ ସୂଚନା

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି ସଲମାନ । ଗୁରୁବାର ସଲମାନ ଏହି ଟୁଇଟ୍‌ କରିଥିବା ବେଳେ ହେଉଥିବା ସବୁ ଚର୍ଚ୍ଚା ଏବେ ବନ୍ଦ ହୋଇ ଯାଇଛି ।

ଅନ୍ୟ ପକ୍ଷରେ, କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ସଲମାନ ଖାନ୍‌ ଏବଂ ଆମୀର ଖାନ୍‌ଙ୍କୁ ଟୁଇଟ୍‌ରେ ଟ୍ୟାଗ୍‌ କରି ଲୋକମାନଙ୍କୁ ଭୋଟ୍‌ ଦେବା ପାଇଁ ପ୍ରୋତ୍ସାହିତ କରିବାକୁ କହିଥିଲେ । ଏହାର ଜବାବ ରଖି ସଲମାନ, “ଆମେ ଲୋକତନ୍ତ୍ରରେ ରହୁଛୁ । ଭୋଟ୍‌ ଦେବା ସବୁ ଭାରତୀୟ କର୍ତ୍ତବ୍ୟ । ମୁଁ ସବୁ ଭୋଟରଙ୍କୁ କହିବି କି ସେମାନେ ନିଜର ଅଧିକାରର ବ୍ୟବହାର କରିବେ” ବୋଲି ଲେଖି ଟୁଇଟ୍‌ କରିଥିଲେ ।

ସମ୍ବନ୍ଧିତ ଖବର