ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ଏବେ ଚର୍ଚ୍ଚାରେ | କୌଣସି ଫିଲ୍ମ ପାଇଁ ନୁହେଁ ବରଂ ନିଜ ଆପାର୍ଟମେଣ୍ଟ ଭଡ଼ା ଲଗାଇବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତା | ଆପାର୍ଟମେଣ୍ଟ ଭଡ଼ା ବାବଦରେ ସେ ମାସକୁ ନେବାକୁ ଥିବା ଟଙ୍କା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି | ଅଭିନେତା ଏହି ଆପାର୍ଟମେଣ୍ଟକୁ ମେ' ୨୦୨୪ରେ ୫୮.୬କୋଟିରେ କିଣିଥିଲେ | ଏବେ ସେ ଏହାକୁ ଭଡ଼ା ଲଗାଇ ମାସକୁ ୨୦ଲକ୍ଷ ଆୟ କରିବେ ବୋଲି ଜଣାପଡିଛି |
ସୂଚନା ମୁତାବକ, ମୁମ୍ବାଇର ଓର୍ଲିରେ ଥିବା ଥ୍ରୀ ସିକ୍ସଟି ୱେଷ୍ଟରେ ଏହି ଆପାର୍ଟମେଣ୍ଟ ରହିଛି | ଏହି ଆପାର୍ଟମେଣ୍ଟ ସହିତ ୩ଟି ପାର୍କିଙ୍ଗ ସ୍ପେସ ବି ରହିଛି | ତେବେ କେବଳ ଶାହିଦ ନୁହନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆରୟନ, ରଣବୀର ସିଂ ଏବଂ ପ୍ରଯୋଜକ ସାଜିଦ ନାଦିଆଡୱାଲା ମଧ୍ୟ ଘର କିଣି ଭଡ଼ା ଲଗାଇଥିବା ଜଣାଯାଇଛି |
ଏହା ପୂର୍ବରୁ ୨୦୧୮ରେ ଓବରଏ ୩୬୦ ୱେଷ୍ଟ ପ୍ରୋଜେକ୍ଟରେ ୮୨୮୧ ସ୍କୋୟାରଫିଟର ଫ୍ଲାଟ କିଣିଥିଲେ ଶାହିଦ୍, ଯାହାର ମୂଲ୍ୟ ୫୮କୋଟିରୁ ଅଧିକ ଥିଲା ।