କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲ୍ଙ୍କଠାରୁ ବରୁନ ଧାୱନ ଓ ନତାଶା ଦଲାଲ୍, ରାଜକୁମାର ରାଓ ଓ ପତ୍ରାଲେଖା, ୟାମୀ ଗୌତମ ଓ ଆଦିତ୍ୟ ଧର ଏବଂ ଅଙ୍କିତା ଲୋଖାଣ୍ଡେ ଓ ଭିକ୍କି ଜୈନ; ୨୦୨୧ରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ଆୟୋଜିତ ବିବାହରେ ନୁହେଁ ବରଂ ଏମାନେ ପ୍ରେମ ବିବାହରେ ଛନ୍ଦି ହେଇଛନ୍ତି। ପ୍ରତିଭା ଓ ପ୍ରେମ ଏମାନଙ୍କୁ ଏକାଠି କରିଛି।
କ୍ୟାଟ୍ରିନା-ଭିକ୍କି
ବଲିଉଡର ବହୁ ଚର୍ଚ୍ଚିତ ଅଭିନେତ୍ରୀ କ୍ୟାଟ୍ରିନା ସୁପରହିରୋ ସଲମାନଙ୍କଠାରୁ ରଣବୀର କପୁର; ଏମିତି ଅନେକଙ୍କ ସମ୍ପର୍କରେ ଆସିଛନ୍ତି। କ୍ୟାଟ୍ରିନା କାହା ସହ ପ୍ରେମ ସମ୍ପର୍କ ତ କାହାକୁ ବାହା ହେବା ନେଇ ଥରକୁ ଥର ଗୁଜବ ଉଠିଛି। ହେଲେ ଅଭିନୟ ଜୀବନରେ କୌଣସି ସମ୍ପର୍କ ନ ଥିବା ଭିକ୍କି କୌଶଲଙ୍କୁ ସେ ବିବାହ କରିବା ଅନେକଙ୍କ ଚକିତ କରିଛି। ଡିସେମ୍ବର ୭ ତାରିଖରୁ ଆରମ୍ଭ ହେଇଥିବା ଏ ଦୁହିଙ୍କ ପ୍ରି-ୱେଡିଙ୍ଗ୍ ଶେଷରେ ଚୂଡ଼ାନ୍ତ ବିବାହରେ ପରିଣତ ହେଇଛି।
Tribune Indiaରାଜକୁମାର-ପତ୍ରଲେଖା
ସେଲିବ୍ରିଟିଙ୍କ ଭଳି ଆଡମ୍ବରପୂର୍ଣ୍ଣ ବିବାହରୁ ଦୂରରେ ରହି ପରସ୍ପରକୁ ବରଣମାଳା ଦେଇଥିଲେ ଅଭିନେତା ରାଜକୁମାର ରାଓ ଓ ପତ୍ରଲେଖା। ଚଣ୍ଡୀଗଡ଼ରେ ଅନୁଷ୍ଠିତ ଏ ଦୁହିଙ୍କ ବିବାହ ଉତ୍ସବରେ କେବଳ ପରିବାର ସଦସ୍ୟ ଓ କିଛି ଅନ୍ତରଙ୍ଗ ବନ୍ଧୁ ଯୋଗ ଦେଇଥିଲେ। ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ଏହି ବିବାହ ଉତ୍ସବ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେଇଥିଲା। ପ୍ରାୟ ଦଶନ୍ଧିଟିଏ ଧରି ପ୍ରେମ ସମ୍ପର୍କରେ ଆବଦ୍ଧ ରହିବା ପରେ ଉଭୟ ପରିବାରର ସ୍ବୀକୃତି କ୍ରମେ ରାଜକୁମାର ଓ ପତ୍ରଲେଖାଙ୍କ ବିବାହ ହେଇଥିଲା।
Times of Indiaୟାମୀ-ଆଦିତ୍ୟ
ଅଭିନେତ୍ରୀ ୟାମୀ ଗୌତମ ଯେ ପରଦା ପଛରେ ରହି କାମ କରୁଥିବା ଆଦିତ୍ୟ ଧରଙ୍କୁ ବିବାହ କରିବେ କେହି ସାମାନ୍ୟ କଳ୍ପନା କରି ନ ଥିଲେ। ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍’ର ସଂଳାପକାର ଆଦିତ୍ୟ ଗତବର୍ଷ ୟାମୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ବନ୍ଧୁ, ପରିବାର ସଦସ୍ୟ ଏବଂ ଇଣ୍ଡଷ୍ଟ୍ରିର କିଛି ଚିହ୍ନାଜଣା କଳାକାରଙ୍କ ଉପସ୍ଥିତିରେ ଉଭୟ ପରସ୍ପରକୁ ବିବାହ କରିଛନ୍ତି। କାବୁଲ ଏକ୍ସପ୍ରେସ୍, ହାଲ ଏ ଦିଲ୍, ୱାନ ଟୁ ଥ୍ରୀ, ଡାଡି କୁଲ୍, ଆକ୍ରୋଶ, ତେଜ ପରି ଫିଲ୍ମରେ ଚିତ୍ରନାଟ୍ୟ, ସଂଳାପ ଲେଖିଛନ୍ତି ଆଦିତ୍ୟ। ସେମିତି କନ୍ନଡ଼, ତାମିଲ, ମାଲୟାଲମ ଓ ପଞ୍ଜାବୀ ସିନେମାର ନାୟିକା ସାଜିଥିବା ୟାମୀ ହିନ୍ଦୀ ସିନେମା ସନମ ରେ, ଜୁନୋନିୟତ, କାବିଲ, ସର୍କାର-୩, ବତି ଗୁଲ ମିଟର ଚାଲୁ, ଉରି; ଦ ସର୍ଜିକାଲ ଷ୍ଟ୍ରାଇକ, ପରୀ, ଗିନ୍ନି ୱେଡସ ସନ୍ନି, ଭୁତ ପୋଲିସ, ଓଏମଜି-୨ ଆଦିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛନ୍ତି।
DNA Indiaବରୁନ-ନତାଶା
୨୦୨୧ରେ ବଲିଉଡର ଆଜି ତାରିଖର ଆଗ ଧାଡ଼ିର କଳାକାର ବରୁନ ଧାୱନ ତାଙ୍କ ପ୍ରେମିକା ନତାଶା ଦଲାଲଙ୍କୁ ବିବାହ କରିଛନ୍ତି। ୨୦୨୧ ଜାନୁଆରୀ ୨୪ ତାରିଖରେ ଏ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେଇଥିଲେ। ବିବାହ ଉତ୍ସବରେ ଉଭୟଙ୍କ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ଯୋଗ ଦେଇଥିଲେ। ଲକ୍ଡାଉନ୍ ଓ ଶଟଡାଉନ୍ ଜାରିଥିବାରୁ ମାତ୍ର ପଚାଶ ଜଣଙ୍କ ଉପସ୍ଥିତିରେ ବରାୁନ-ନତାଶା ବିବାହ କରିଥିଲେ।
IndiaTV Newsଅଙ୍କିତା-ଭିକ୍କି
ବହୁ ଚର୍ଚ୍ଚିତ ଏବଂ ବହୁ ପରିଚିତ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ଦିବଂଗତ ଅଭିନେତା ସୁଶାନ୍ତ ସିଂହଙ୍କ ସହ କଳାକାର ଓ ପ୍ରେମିକା ଭାବେ ଜଣାଶୁଣା। ହେଲେ ସୁଶାନ୍ତଙ୍କ ଜୀବିତ ଅବସ୍ଥାରେ ଏ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ବିଚ୍ଛେଦ ଆସିଥିଲା।
ଏପରିକି ଲୋକପ୍ରିୟ ଟେଲି ଧାରାବାହିକ ‘ପବିତ୍ର ରିସ୍ତା’ରୁ ସୁଶାନ୍ତ ବାହାରି ଯାଇଥିଲେ। ତେବେ ସୁଶାନ୍ତଙ୍କ ବିରହରେ ଛଟପଟ ହେଉଥିବା ଅଙ୍କିତା ପରେ ଭିକ୍କି ଜୈନଙ୍କ ପ୍ରେମରେ ପଡ଼ିଯାଇଥିଲେ। ଗତବର୍ଷ ଡିସେମ୍ବର ୧୪ ତାରିଖରେ ଅଙ୍କିତା ଓ ଭିକ୍କି ବିବାହ ବନ୍ଧନରେ
ଆବଦ୍ଧ ହେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/katrina-vicky.jpg)