ନଜର ପକାନ୍ତୁ ବଲିଉଡ୍‌ର ସୁପରହିଟ୍‌-ସୁପରଫ୍ଲପ୍‌ ବାପ-ପୁଅ ଯୋଡ଼ି ଉପରେ

ଆଜି ଆମେ ବଲିଉଡ୍‌ର ୫ ଜଣ ବାପ-ପୁଅ ଯୋଡ଼ି ବିଷୟରେ ଆପଣଙ୍କୁ ଜଣାଇବୁ । ଯେଉଁମାନଙ୍କର ବାପା ଫିଲ୍ମ ଦୁନିଆରେ ସୁନାମ ଅର୍ଜନ କରିଥିବା ବେଳେ ସୁପରଷ୍ଟାର ପାଲଟିଥିଲେ । କିନ୍ତୁ ସେମାନଙ୍କ ପୁଅମାନେ ନିଜକୁ ପ୍ରମାଣ କରି ପାରିଲେ ନାହିଁ । ବାପା ସୁପରହିଟ୍‌ ହୋଇଥିବା ବେଳେ ପୁଅ ସୁପରଫ୍ଲପ୍‌ ପାଲଟିଥିଲେ ।

୧. ବଲିଉଡ୍‌ରେ ଏବେ ମଧ୍ୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଅଭିନୟକୁ ଚର୍ଚ୍ଚା ହୁଏ । ନିଜ ନୃତ୍ୟକଳା ଏବଂ ଅଭିନୟ କଳାକୁ ନେଇ ଦର୍ଶକଙ୍କ ମନ ଜିତିଥିବା ମିଥୁନଙ୍କ ପୁଅ ମହାଅକ୍ଷୟ ସେଭଳି କିଛି ପାରିଲେ ନାହିଁ । ୨୦୦୮ରେ ଫିଲ୍ମ ‘ଜିମ୍ମି’ ଜରିଆରେ ସେ ବଲିଉଡ୍‌ରେ ପାଦ ଦେଇଥିଲେ । କିନ୍ତୁ ଫିଲ୍ମଟି ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା । ଏହା ପରେ ତାଙ୍କୁ ଅନେକ ଫିଲ୍ମ ମିଳିଥିଲେ ମଧ୍ୟ ସେ ନିଜକୁ ଷ୍ଟାର ବନାଇବାରେ ବିଫଳ ହୋଇଥିଲେ ।

Deccan Chronicle

୨.ଅଭିନେତା ଫିରୋଜ ଖାନ୍‌ଙ୍କ ପୁଅ ହେଉଛନ୍ତି ଫର୍‌ଦିନ୍‌ ଖାନ୍‌ । ଫର୍‌ଦିନ୍‌ଙ୍କ ପ୍ରଥମ ଫିଲ୍ମରେ ଆସିବା ପରେ ପରେ ତାଙ୍କର ଚେହେରା ଦେଖି  ବହୁ ଝିଅ ପାଗଳ ଥିଲେ । ବାପା ସୁପରଷ୍ଟାର ଥିଲେ ମଧ୍ୟ ଫର୍‌ଦିନ୍‌ ନିଜକୁ ପ୍ରମାଣ କରି ପାରି ନ ଥିଲେ । ଧିରେ ଧିରେ ଫିଲ୍ମ ଫ୍ଲପ୍‌ ହେବା ପରେ ସେ ବଲିଉଡ୍‌ରୁ ନିଜକୁ ଦୂରେଇ ଦେଇଥିଲେ । ୨୦୧୦ରେ ତାଙ୍କୁ ଶେଷ ଥର ଲାଗି ଫିଲ୍ମ ‘ଦୁହ୍ଲା ମିଲ୍‌ ଗୟା’ରେ ଦର୍ଶକେ ଦେଖିବାକୁ ପାଇଥିଲେ ।

Manchester Evening News

୩.୭୦ଦଶକରେ ନିଜର ଯାଦୁ ସମସ୍ତଙ୍କ ଉପରେ ଚଳାଇଥିଲେ ଅଭିନେତା ବିନୋଦ ଖାନ୍ନା । ନିଜ ଅଭିନୟ ପାରଦର୍ଶିତା ହେତୁ ସୁପରଷ୍ଟାର ପାଲଟିଥିଲେ । କିନ୍ତୁ ତାଙ୍କର ଦୁଇ ପୁଅ ଅକ୍ଷୟ ଏବଂ ରାହୁଲ ଖାନ୍ନା ନିଜକୁ ବଲିଉଡ୍‌ରେ ପ୍ରମାଣ କରିବାରେ ବିଫଳ ହୋଇଥିଲେ । କିଛି ଫିଲ୍ମରେ ଅକ୍ଷୟ ଖାନ୍ନା ଭଲ ପ୍ରଦର୍ଶନ କରିଥିବା ବେଳେ ରାହୁଲଙ୍କୁ କିଛି ଲୋକ ଏବେ ବି ଜାଣି ପାରି ନାହାନ୍ତି ।

YouTube

୪.ଶେଷରେ କଥା ହେବା ବଳିଉଡ୍‌ର ମହାନାୟକ ଅଭିତାଭ ବଚ୍ଚନଙ୍କ ବିଷୟରେ । ଏବେ ସେ ବୟସର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ  ଅଭିନୟରେ ସକ୍ରିୟ ଅଛନ୍ତି । ଏବେ ମଧ୍ୟ ତାଙ୍କ ଡ଼ାଏଲଗ୍‌ ଶୁଣି ଲୋକମାନଙ୍କର ଲୋମଟାଙ୍କୁରି ଉଠୁଛି । ଫିଲ୍ମ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ’ରେ ତାଙ୍କ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏ ବୟସରେ ସେ ଏତେ ପ୍ରଭାବଶାଳୀ ଥିବା ବେଳେ ତାଙ୍କର ଏକମାତ୍ର ପୁଅ ଅଭିଷେକ ସେ ସ୍ତର ପର୍ଯ୍ୟନ୍ତ ଯିବାକୁ ବିଫଳ ହୋଇଛନ୍ତି । ଅମିତାଭ ବଚ୍ଚନଙ୍କୁ ମହାନାୟକ ବୋଲି ଆଖ୍ୟା ଦିଆଯାଇଥିବା ବେଳେ ଅଭିଷେକ ନିଜକୁ ପ୍ରମାଣ କରିବରେ ବିଫଳ ହୋଇଛନ୍ତି ।

Deccan Chronicle
ସମ୍ବନ୍ଧିତ ଖବର