ହଲିଉଡ଼ ଫିଲ୍ମରେ ବଲିଉଡ ସ୍ୱର, ଆସୁଛି ଏଭଳି ଏକ ଡବିଙ୍ଗ ଫିଲ୍ମ

ମୁମ୍ବାଇ: ଭାରତରେ ବଲିଉଡ ଛଡା ହଲିଉଡ଼ ଫିଲ୍ମର ମଧ୍ୟ ସ୍ୱତନ୍ତ୍ର ଚାହିଦା ରହିଛି | କିଛି ହଲିଉଡ଼ ଫିଲ୍ମ ଭାରତରେ ରିଲିଜ ହୋଇ ଭଲ ବ୍ୟବସାୟ ମଧ୍ୟ କରିଛନ୍ତି | ଇଂରାଜୀ ଛଡା କିଛି ଆଞ୍ଚଳିକ ଭାଷାରେ ଏହି ଫିଲ୍ମ ସବୁ ରିଲିଜ ହୋଇ ଦର୍ଶକଙ୍କ ସ୍ୱୀକୃତି ମଧ୍ୟ ହାସଲ କରିଛି | ଏହି କ୍ରମରେ ଡିଜନି ପିକ୍ଚର୍ସ ଖୁବ ଶୀଘ୍ର ଫିଲ୍ମ ‘ଦି ଲାୟନ କିଙ୍ଗ’ ରିଲିଜ କରିବାକୁ ଯାଉଛି | ଏହି ଫିଲ୍ମ ୧୯୯୪ ମସିହାରେ ରିଲିଜ ହୋଇଥିଲା | ତେବେ ପୁଣି ଥରେ ଏହାର ରିମେକ କରାଯାଇଥିବାବେଳେ ଆପଣଙ୍କ ପିଲାଳିଆମି ଏହି ଫିଲ୍ମକୁ ଦେଖିଲେ ତାଜା ହୋଇଯିବ |

ବଡ କଥା ଏଥିରେ ସ୍ୱର ଦେଇଛନ୍ତି ଶାହରୁଖ ଖାନ ଓ ତାଙ୍କ ପୁଅ ଆର୍ଯ୍ୟନ ଖାନ | ଏହି ଫିଲ୍ମର ସବୁଠାରୁ ଲୋକପ୍ରିୟ ଚରିତ୍ର ମୁଫସା ଓ ସିମ୍ବା ଚରିତ୍ରରେ ଯଥାକ୍ରମେ ବଲିଉଡ ବାଦଶାହା ଶାହରୁଖ ଓ ତାଙ୍କ ପୁଅ ଆର୍ଯ୍ୟନ ସ୍ୱର ଦେଇଛନ୍ତି | ତେବେ ଏହାର ସଫଳତା ଦେଖି ଡିଜନି ପିକ୍ଚର୍ସ ସେହି ଫିଲ୍ମର ଅନ୍ୟ ଚରିତ୍ର ପାଇଁ ଏହି ସବୁ ବଲିଉଡ କଳାକାରଙ୍କ ସ୍ୱର ଡବିଙ୍ଗ କରାଇବାକୁ ନିଷ୍ପତ୍ତି ନେଇଛି |

ସ୍କାର ଚରିତ୍ରରେ ଆଶିଷ ବିଦ୍ୟାର୍ଥୀ ସ୍ୱର ଦେବାକୁ ଥିବାବେଳେ ଟିମନ ଭୂମିକାରେ ଶ୍ରେୟସ ତଲପଡେ ସ୍ୱର ଦେବେ | ସେହିପରି ପୂମ୍ବା ଚରିତ୍ରରେ ସଞ୍ଜୟ ମିଶ୍ର| ସ୍ୱର ଦେବାକୁ ଥିବାବେଳେ ଜ଼ଯ଼ୁ ଚରିତ୍ରରେରେ ସ୍ୱର ଦେବେ ଅସରନି | ଏହି ଫିଲ୍ମ ଆସନ୍ତା ଜୁଲାଇ ୧୯ରେ ରିଲିଜ ହେବ | ଇଂରାଜୀ, ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ଏହି ପହିଲାକୁ ରିଲିଜ କରାଯିବ ବୋଲି ଡିଜନି ପିକ୍ଚର୍ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି |

ସମ୍ବନ୍ଧିତ ଖବର