କୁହାଯାଏ ବଲିଉଡ୍ କଳାକାରମାନଙ୍କର ଜୀବନ ଖୋଲା ବହି ଭଳି । ସେମାନେ କ’ଣ କରନ୍ତି?କୁଆଡ଼େ ଯାଆନ୍ତି? ତାହା ସମସ୍ତଙ୍କୁ ଜଣାଥାଏ । ଯଦି ଆପଣ ମଧ୍ୟ ଏପରି ଭାବୁଛନ୍ତି ତେବେ ତାହା ସଂପୂର୍ଣ୍ଣ ଭୁଲ । କାରଣ ବଲିଉଡ୍ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ହିଁ ବିବାହ କରି ସାରିଥିଲେ । କିନ୍ତୁ ତାହା ଅନେକଙ୍କୁ ଅଗୋଚର । ଏବେ ଆସନ୍ତୁ ନଜର ପକାଇବା ସେହି ଅଭିନେତ୍ରୀମାନଙ୍କ ଉପରେ।
୧.ବଲିଉଡ୍ ଅଭିନେତ୍ରୀ ଆଦିତି ରାଓ ହାଇଦରୀ ୨୧ବର୍ଷ ବୟସରେ ବିବାହ କରିଥିଲେ । କିନ୍ତୁ ବଲିଉଡ୍ରେ ଏଣ୍ଟ୍ରି କରିବା ସମୟରେ ସେ ବିବାହିତ ବୋଲି କାହାକୁ ଜଣାଇ ନ ଥିଲେ । ଅନ୍ୟ ପକ୍ଷରେ ବଲିଉଡ୍କୁ ଆସିବାର କିଛି ଦିନ ପରେ ସେ ନିଜ ସ୍ୱାମୀ ସତ୍ୟଦୀପ୍ ମିଶ୍ରାଙ୍କଠାରୁ ଅଲଗା ହୋଇଯାଇଥିଲେ ।
/sambad/media/post_attachments/wp-content/uploads/2018/10/download-62-300x168.jpg)
୨.ରାଧିକା ଆପ୍ତେ ୨୦୧୨ରେ ବିଦେଶୀ ମ୍ୟୁଜିସିଆନ୍ ବେନେଡ଼ିକ୍ଟ ଟେଲରଙ୍କୁ ବିବାହ କରିଥିଲେ । ୨୦୧୧ରେ ଦୁହେଁ ପରସ୍ପରକୁ ଡ଼େଟ୍ କରିବା ଆରମ୍ଭ କରିଥିବା ବେଳେ ୨୦୧୨ରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବିବାହ ପରେ ମଧ୍ୟ ବର୍ଷେ ପର୍ଯ୍ୟନ୍ତ ସେ ବିବାହିତ ବୋଲି କାହାକୁ ଜଣାଇ ନ ଥିଲେ ।
/sambad/media/post_attachments/wp-content/uploads/2018/10/download-1-32.jpg)
୩.ଅଭିନେତ୍ରୀ ସୁର୍ଭୀନ ଚାଓ୍ଵଲା ଜୁଲାଇ୨୮,୨୦୧୫ରେ ଇଟାଲୀରେ ବ୍ୟବସାୟୀ ଅକ୍ଷୟ ଠକ୍କରଙ୍କୁ ବିବାହ କରିଥିଲେ । ୨୦୧୩ରେ ଅକ୍ଷୟ ଏବଂ ସୁର୍ଭୀନଙ୍କ ଦେଖା ଦୁହିଁଙ୍କର ଜଣେ ସାଙ୍ଗ କରାଇବା ପରେ ସେମାନଙ୍କ ମଧ୍ୟ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା ।
/sambad/media/post_attachments/wp-content/uploads/2018/10/surveen-chawla-instagram_650x400_71523964369-300x170.jpg)