୧୧ଟି ଫ୍ଲପ୍‌ ଫିଲ୍ମ ଦେବା ପରେ ଏବେ ପ୍ରଯୋଜନା ସଂସ୍ଥା ଖୋଲିବେ ତନିଷା, କହିଲେ; ବଲିଉଡ୍‌ରେ ଭଲ ଫିଲ୍ମ ନିର୍ମାଣ ହେଉ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତଥା କାଜୋଲ ଦେବଗନ୍‌ଙ୍କ ଭଉଣୀ ତନିଷା ଏବେ ପ୍ରଯୋଜନା ସଂସ୍ଥା ଖୋଲିବାକୁ ଯାଉଥିବା ଜଣା ପଡ଼ିଛି । ବଲିଉଡ୍‌ରେ ଭଲ ଫିଲ୍ମ ନିର୍ମାଣ ହେଉ ନ ଥିବା ଦେଖି ତନିଷା ଏଭଳି କରିବାକୁ ଯାଉଥିବା କହିଛନ୍ତି । ମୁମ୍ବାଇରେ ଆୟୋଜିତ  ଏକ ଇଭେଣ୍ଟରେ ତନିଷାଙ୍କୁ ହିନ୍ଦୀ ଫିଲ୍ମକୁ ଫେରିବେ କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖି, ଆପଣଙ୍କୁ ଲାଗୁଛି କି ବଲିଉଡ୍‌ରେ ଭଲ ଫିଲ୍ମ ନିର୍ମାଣ ହେଉଛି? ଯଦି ମୋତେ ଭଲ ଫିଲ୍ମର ଅଫର ମିଳୁଛି, ତେବେ ମୁଁ କରିବି । କିନ୍ତୁ ଏବେ ମୁଁ ମୋ ପ୍ରଯୋଜନା ସଂସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛି। ଖୁବ୍‌ ଶୀଘ୍ର ମୋ ପ୍ରଯୋଜନା ସଂସ୍ଥା ଅଧୀନରେ ନୂଆ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି କହିଥିଲେ ତନିଷା ।

Image result for bollywood-actress-kajol-sister-tanisha-mukherjee
The Indian Express

ସୂଚନା ମୁତାବକ, ବଲିଉଡ୍‌ରେ ପ୍ରାୟ ୧୧ଟି ଫିଲ୍ମ କରିଥିଲେ ମଧ୍ୟ ତାଙ୍କୁ ବଡ଼ ଭଉଣୀ କାଜୋଲଙ୍କ ଭଳି ସଫଳତା ମିଳି ପାରି ନଥିଲା । ଯାହା ପରେ ସେ ଫିଲ୍ମଠାରୁ ନିଜକୁ ଦୂରେଇ ଦେଇଥିଲେ । ଏବେ ସେ ପୁଣି ଲାଇମ୍‌ଲାଇଟ୍‌କୁ ଫେରି ପାରନ୍ତି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର