ହାଇପ୍ରୋଫାଇଲ୍‌‌ ସେକ୍ସ ରାକେଟ୍‌ ଠାବ, ପୁଲିସ୍‌ ହାତରେ ଧରାପଡ଼ିଲେ ବଲିଉଡ୍‌ ଅଭିନେତ୍ରୀ ଓ ମଡେଲ୍‌

ମୁମ୍ବାଇ: ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ରେ ସଂପୃକ୍ତି ଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ଜଣେ ବଲିଉଡ୍‌ ଅଭିନେତ୍ରୀ ଓ ଜଣେ ମଡେଲ୍‌ଙ୍କୁ ଗୁରୁବାର ରାତିରେ ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରୁ ଗିରଫ କରିିଛି। ଗୁରୁଗ୍ରାମରେ ଥିବା ଏକ ପଞ୍ଚତାରକା ହୋଟେଲ୍‌ରୁ ପୁଲିସ୍‌ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ଗିରଫ କରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଛି। ଅଭିନେତ୍ରୀଙ୍କ ନାମ ଅମ୍ରିତା ଧନୱା(୩୨) ଓ ମଡେଲ୍‌ ଜଣକ ହେଉଛନ୍ତି ରିଚା ସିଂହ(୨୬)। ଏହି ଦୁଇ ଜଣ ଗ୍ରାହକଙ୍କୁ ଯୁବତୀ ଯୋଗାଉଥିବା ଅଭିଯୋଗ ହୋଇଛି। ମୁମ୍ବାଇର ଏକ ବିଳାସମୟ ହୋଟେଲ୍‌ରେ ସେକ୍ସ ରାକେଟ ଚାଲୁଛି ବୋଲି ପୁଲିସ୍‌ ଖବର ପାଇବା ପରେ ହୋଟେଲ୍‌ରେ ଚଢ଼ଉ କରି ଦୁଇ ଅଭି‌ଯୁକ୍ତଙ୍କୁ ଧରିଥିବା ସୂଚନା ରହିଛି।

ମୁମ୍ବାଇର ଏକ ପଞ୍ଚତାରକା ହୋଟେଲ୍‌ରେ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ ଚାଲୁଛି ବୋଲି ପୁଲିସ୍‌ ଖବର ପାଇବା ପରେ ଜଣେ ପୁଲିସ୍‌ ଗ୍ରାହକ ବେଶରେ ଯାଇ ହୋଟେଲ୍‌ରେ ପହଞ୍ଚିିଥିଲେ। ସେଠାରେ ନିଜ ପରିଚୟ ଲୁଚାଇ ଦୁଇ ଅଭିଯୁକ୍ତଙ୍କ ଭିତରୁ ପ୍ରଥମେ ଜଣକୁ ଧରିଥିଲେ ଓ ପରେ ଅନ୍ୟ ଜଣକୁ ଗିରଫ କରିବା ସହ ଦୁଇ ଯୁବତୀଙ୍କୁ ଉଦ୍ଧାର କରିଥିଲେ।

Times Now

ଏ ସଂପର୍କରେ ଡିସିପି  ଡି ଡି ସ୍ବାମୀ କୁହନ୍ତି, ‘ସଂପୃକ୍ତ ହୋଟେଲ୍‌ରେ ସେକ୍ସ ରାକେଟ୍‌ ଚାଲୁଛି ବୋଲି ସୂଚନା ପାଇବା ପରେ ଆମେ ଚଢ଼ଉ କରିଥିଲୁ। ସେଠାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆମେ ଉଦ୍ଧାର ହୋଇଥିବା ଯୁବତୀଙ୍କ ପରିଚୟ ଗୋପନ ରଖିଛୁ।’

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ଧନୱା ଗତ ସପ୍ତାହରେ ତାଙ୍କ ପ୍ରେମିକ ତଥା ବିଗ୍‌ବସ୍‌ ପ୍ରତିଯୋଗୀ ଆର୍‌ହାନ ଖାନଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ। ସେ ଅଭିଯୋଗ ଆଣିଥିଲେ ଯେ ଆର୍‌ହାନ ତାଙ୍କଠାରୁ ୫ ଲକ୍ଷ ଟଙ୍କା କରଜ ନେଇ ତାଙ୍କ ସହ ପ୍ରତାରଣା କରିଛନ୍ତି। ଗିରଫ ପଛରେ ବି ତାଙ୍କ ପ୍ରେମିକଙ୍କ ହାତ ଅଛି ବୋଲି ଧନୱା ଗିରଫ ହେବା ପରେ ବୟାନ ଦେଇଛନ୍ତି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ପୁଲିସ୍‌ ଗତ ସପ୍ତାହରେ ମୁମ୍ବାଇର ଜୁହୁଠାରେ ଥିବା ଏକ ବିଳାସମୟ ହୋଟେଲ୍‌ରେ ଚଢ଼ଉ କରିଥିଲା। ସେଠାରୁ ୧୦ ଜଣଙ୍କୁ ସେକ୍ସ ରାକେଟ୍‌ରେ ସଂପୃକ୍ତି ଥିବା ନେଇ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର