ଫଟୋରେ ନିଜ ମାଆଙ୍କ କୋଳରେ ବସିଥିବା କୁନି ଝିଅ ଆଜି ଜଣେ ବଡ଼ ଅଭିନେତ୍ରୀ, କହିଲେ ସେ କିଏ?

ମୁମ୍ବାଇ: ଅନେକ ସେଲିବ୍ରେଟିଙ୍କର ପିଲାଦିନର ଫଟୋ ଆପଣ ଦେଖିଥିବେ। କିଛି ସେଲିବ୍ରେଟିଙ୍କର ପିଲାଦିନ ଫଟୋ ସହ ବଡ଼ ହେବା ପରର ଚେହେରାରେ ଖୁବ୍ ସାମଞ୍ଜସ୍ୟ ରହିଥାଏ। ପିଲାଦିନ ଫଟୋ ଦେଖୁ ଦେଖୁ ଜାଣିହୁଏ ଯେ ସେ କିଏ। ଆଜି ଆମେ ପୋଷ୍ଟ୍‌ କରିଥିବା ଫଟୋଟିକୁ ଆପଣ ଦେଖି ପାରୁଥିବେ। ଫଟୋକୁ ଦେଖି ଜାଣି ପାରୁଛନ୍ତି କି ନିଜ ମାଆଙ୍କ କୋଳରେ ବସିଥିବା ଏହି କୁନି ଝିଅଟିକୁ?

ଆପଣଙ୍କୁ ଟିକେ ସହଜ ଅନୁଭବ କରାଇବାକୁ ଆମେ ଏକ ଛୋଟିଆ ସୂଚନା ଦେଉଛୁ। ଏହି କୁନି ଝିଅ ଆଜିକା ଦିନରେ ଜଣେ ବଡ଼ ଅଭିନେତ୍ରୀ। ଜାଣିପାରିଲେ କି? ଯଦି ଜାଣିପାରୁନାହାନ୍ତି ତେବେ ଆଉ ଏକ ତଥ୍ୟ ଦେଉଛୁ ତାଙ୍କ ସଂପର୍କରେ। ସେ ଜଣେ ବଡ଼ ବଲିଉଡ୍‌ ଅଭିନେତ‌ାଙ୍କ ଝିଅ। ଏଥର ଆପଣ ନିଶ୍ଚୟ ଜାଣି ସାରିବେଣି ଯେ ଆମେ କାହା ବିଷୟରେ କହୁଛୁ? ଆମେ କହୁଛୁ ବଲିଉଡ୍‌ ବିୟୁଟି ସୋନମ କପୁରଙ୍କ ବିଷୟରେ।

 

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

ଏହି ଫଟୋରେ ସେ ନିଜ ମାଆଙ୍କ କୋଳରେ ବସିଛନ୍ତି। ପିଲାଦିନେ ସୋନମ ମୋଟାସୋଟା ହୋଇ ଖୁବ୍ ଗୁଲ୍‌ଗାଲିଆ ହୋଇଥିବା ବେଳେ ବଲିଉଡ୍‌ରେ ପ୍ରବେଶ କରାଇବା ଆଗରୁ ସେ ନିଜର ଫିଗ୍‌ର ସଜାଡ଼ିଥିଲେ।

ଅବଶ୍ୟ ସୋନମ କିଛି ବର୍ଷ ହେବ ବଲିଉଡ୍‌ରେ ନଜର ଆସୁନାହାନ୍ତି। ମାତ୍ର ସୋସିଆଲ୍‌ ମିଡିଆରେ ସେ ସର୍ବଦା ସକ୍ରିୟ ରହିଥାନ୍ତି। ଏହି ଫଟୋଟିକୁ ବି ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ସୋନମ। ସେ ଫଟୋଟିକୁ ସେୟାର କରି ତାଙ୍କ ମାଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର