ନେପୋଟିଜିମ୍ ଓ ଡ୍ରଗ୍ସ ବ୍ୟାପାର ସମ୍ପୃକ୍ତିକୁ ନେଇ ବଲିଉଡ୍ ଶିଳ୍ପ ବଦନାମ ହେଉଥିବା ବେଳେ ଏ କଳଙ୍କରୁ ମୁକ୍ତି ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିଛନ୍ତି ବଲିଉଡ୍ର ଅଭିନେତ୍ରୀମାନେ। ଜୟା ବଚ୍ଚନ, ହେମା ମାଳିନୀ, ତାପସୀ ପନ୍ନୁ, ସ୍ବରା ଭାସ୍କର, ରିଚା ଚଢା, ରେଣୁକା ସାହାଣେ, ଦିୟା ମିର୍ଜା, ଟ୍ବିଙ୍କିଲ ଖାନ୍ନାଙ୍କଠୁ ନେଇ ସୋନମ କପୁରଙ୍କ ପର୍ଯ୍ୟନ୍ତ କଳାକାରବୃନ୍ଦ ହିନ୍ଦୀ ଫିଲ୍ମ ଶିଳ୍ପର ସମର୍ଥନରେ ନିଜର ମତ ରଖିବା ସହ ବଲିଉଡ୍ ଉପରେ ହେଉଥିବା ଆକ୍ରମଣ ବିରୋଧରେ ସ୍ବର ଉଠାଇଛନ୍ତି। ଏଥିସହ ରିୟା ଚକ୍ରବର୍ତୀଙ୍କୁ ମଧ୍ୟ ସମର୍ଥନ କରିଛନ୍ତି। ଫିଲ୍ମ ନିର୍ମାତା ଅନୁଭବ ସିହ୍ନା, ଅନୁରାଗ କାଶ୍ୟପ, ସୁଧୀର ମିଶ୍ର ମଧ୍ୟ ଆଗକୁ ଆସିଛନ୍ତି। ମାତ୍ର ଏବେ ବି ବଲିଉଡ୍ର ଆଗ ଧାଡ଼ିର କଳାକାରମାନେ ଏ ସମ୍ପର୍କରେ ଚୁପ୍ ରହିଛନ୍ତି।
ଫିଲ୍ମ ଶିଳ୍ପକୁ ସୁରକ୍ଷା ପାଇଁ ଆଗେଇ ଆସିଲେ ବଲିଉଡ୍ ଅଭିନେତ୍ରୀ
/sambad/media/post_attachments/wp-content/uploads/2020/09/Bollywood-actors.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)