ପଂଜାବ ନେସ୍ନାଲ୍ ବ୍ୟାଙ୍କ୍ରୁ କୋଟି କୋଟି ଟଙ୍କା ଠକି, ଦେଶ ଛାଡ଼ି ପଳାୟନ କରିଥିବା ନୀରବ ମୋଦୀଙ୍କ କଳା କାରନାମାର ଗୋଟିକ ପରେ ଗୋଟିଏ ପୃଷ୍ଠା ଖୋଲିବାରେ ଲାଗିଛି। ଏକାଧିକ ବଲିଉଡ୍ ଅଭିନେତ୍ରୀ, ତାଙ୍କ ଠକେଇର ଶିକାର ହୋଇଥିବାର ରୋଚକ ଖବର ଏବେ ବଜାରରେ। ଠକିଯାଇଥିବା ବାବଦରେ ପ୍ରଥମେ ମୁହଁ ଖୋଲିଥିଲେ ପ୍ରିୟଙ୍କା ଚୋପ୍ରା। ନୀରବଙ୍କ ହୀରା ଅଳଙ୍କାରର ସେ ବ୍ରାଣ୍ଡ୍ ଆମ୍ବାସଡର୍ ସାଜିଥିଲେ; ଏ ଯାଏ ଚୁକ୍ତି ଅର୍ଥର ଅର୍ଦ୍ଧାଧିକ ପାଇବା ବାକି ଅଛି। ନୀରବ ଫେରାର ହେବା ପରେ ଓକିଲ ନୋଟିସ୍ କାହାକୁ ପଠାଇବେ ବୁଝିପାରୁନାହାନ୍ତି! କଙ୍ଗନା ରନୌତ, ନୀରବଙ୍କ ‘ଗୀତାଞ୍ଜଳି କଂପାନି’ ପାଇଁ ବିଜ୍ଞାପନ କରିଥିଲେ। ପାଉଣା ବାବଦକୁ ଫୁଟା କଉଡ଼ି ପାଇନାହାନ୍ତି। ନୀରବଙ୍କ ଠକେଇର ଶିକାର ହୋଇଥିବା ଆଉ ଜଣେ ଅଭିନେତ୍ରୀ ହେଉଛନ୍ତି ବିପାଶା ବସୁ। ସେ ମଧ୍ୟ ଅଳଙ୍କାର ବିଜ୍ଞାପନରେ ଭାଗନେଇଥିଲେ। ତାଙ୍କୁ କିଛି ଅର୍ଥ ମିଳିଥିଲା, କିଛି ବାକି ଥିଲା। ଇତି ମଧ୍ୟରେ ଅନୁବନ୍ଧନର ଅବଧି ପୂରିସାରିଲାଣି। ଚୁକ୍ତି ଅନୁଯାୟୀ, ତାଙ୍କୁ ନେଇ କରାଯାଇଥିବା ବିଜ୍ଞାପନର ପ୍ରସାରଣ ବନ୍ଦ କରାଯିବା କଥା ବା ପୁନଃ ଚୁକ୍ତି କରାଯିବା କଥା। ଏ ଭଳି କିଛି ହୋଇନାହିଁ; ଅଥଚ, ବିଜ୍ଞାପନର ପ୍ରସାରଣ ବିଦେଶରେ ଚାଲିଛି। ଯିଏ ଦେଶର ଏକ ପ୍ରତିଷ୍ଠିତ ଜାତୀୟକରଣ ବ୍ୟାଙ୍କ୍ର ଟଙ୍କା ନେଇ ଫରାର, ଏ ଅଭିନେତ୍ରୀମାନେ ତା’ର ଅବା କ’ଣ କରିପାରିବେ ଦେଖିବା ବାକିରହିଲା!
ନୀରବଙ୍କ ଠକେଇର ଶିକାର ଏହି ବଲିଉଡ୍ ଅଭିନେତ୍ରୀ!
/sambad/media/post_attachments/wp-content/uploads/2017/11/Bipasha-Basu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)