ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ସଞ୍ଜୁ ରିଲିଜ ହେବା ପରେ ଏହି ଫିଲ୍ମକୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳିଥିଲା । ବକ୍ସ ଅଫିସରେ ଫିଲ୍ମଟି ବ୍ଲକ୍ବଷ୍ଟର ସାବ୍ୟସ୍ତ ହୋଇଥିବା ବେଳେ ରଣବୀରଙ୍କୁ ବକ୍ସ ଅଫିସର ନୂଆ ବାଦ୍ଶାହା ବୋଲି ଲୋକେ କହିବା ଆରମ୍ଭ କରିଥିଲେ । ଏବେ ପର୍ଯ୍ୟନ୍ତ ଫିଲ୍ମଟି ୩୩୦କୋଟି ଆୟ କରି ସାରିଥିବା ଜଣା ପଡ଼ିଛି । ଏବେ ବି ବକ୍ସ ଅଫିସରେ ଫିଲ୍ମଟି ଚାଲୁଥିବା ବେଳେ ଫିଲ୍ମର ଆୟ ଏବେ ଧିରେ ଧିରେ କମିବାରେ ଲାଗିଛି ।
ପ୍ରଥମେ ଫିଲ୍ମର ସଫଳତାକୁ ଦେଖି ଫିଲ୍ମଟି ଏହି ୫ଟି ବଲିଉଡ୍କୁ ପଛରେ ପକାଇ ନମ୍ବର ଓ୍ଵାନରେ ରହିବ ବୋଲି ସମୀକ୍ଷକମାନେ କହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ତାହା ଅସମ୍ଭବ ବୋଲି ସମୀକ୍ଷକମାନେ କହିଛନ୍ତି । ଫିଲ୍ମଟି ଏହି ୫ଟି ବଲିଉଡ୍ ଫିଲ୍ମ କରିଥିବା ଆୟର ପାଖାପାଖି ମଧ୍ୟ ପହଞ୍ଚିଲା ନାହିଁ ବୋଲି ସେମାନେ କହିଛନ୍ତି । ଆସନ୍ତୁ ଜାଣିବା ସେ ସବୁ ଫିଲ୍ମ ବିଷୟରେ...
୧. ସଲମାନ ଖାନ୍ ଏବଂ ନଓ୍ଵାଜଉଦ୍ଦିନ୍ ସିଦ୍ଦିକୀ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନ ୫ଟି ଫିଲ୍ମ ଲିଷ୍ଟର ୫ନମ୍ବରରେ ଥିବା ଜଣା ପଡ଼ିଛି । ଫିଲ୍ମର ବଜେଟ ୯୦ କୋଟି ଥିବା ବେଳେ ଫିଲ୍ମ ୪୩୩କୋଟି ଟଙ୍କା ଆୟ କରିଥିଲା । ୨୦୧୫ରେ ରିଲିଜ ହୋଇଥିବା ଏହି ଫିଲ୍ମର କାହାଣୀ ସମସ୍ତଙ୍କୁ ପସନ୍ଦ ଆସିଥିଲା ।
/sambad/media/post_attachments/wp-content/uploads/2018/07/download-1-43-300x168.jpg)
୨. ଟାଇଗର ଜିନ୍ଦା ହେରେ ନଜର ଆସିଥିଲେ ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫ୍ । ୨୦୧କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଫିଲ୍ମଟି ୪୩୪ କୋଟି ଟଙ୍କା ଆୟ କରିଥିଲା ।
/sambad/media/post_attachments/wp-content/uploads/2018/07/download-2-26.jpg)
୩. ପିକେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆମିର ଖାନ୍ ଏବଂ ଅନୁଷ୍କା ଶର୍ମା । ଫିଲ୍ମର କାହାଣୀ ଦର୍ଶକମାନଙ୍କୁ ଭିନ୍ନ ଏବଂ ପସନ୍ଦ ଆସିଥିବା ବେଳେ ଫିଲ୍ମଟି ୪୮୯କୋଟି ଆୟ କରିଥିଲା ।
/sambad/media/post_attachments/wp-content/uploads/2018/07/IndiaTv70e971_PkMovieReview-300x181.jpg)
୪. ପହିଲମାନ ମହାବୀର ସିଂ ଫୋଗଟଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ଦଙ୍ଗଲକୁ ତିଆରି କରିବା ପାଇଁ ୭୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ୫୧୧କୋଟି ଟଙ୍କା ଆୟ କରିଥିଲା ।
/sambad/media/post_attachments/wp-content/uploads/2018/07/download-3-19.jpg)
୫. ବାହୁବଲୀ-୨ ୨୦୧୮ର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ଏକ ନମ୍ବରରେ ରହିଛି । ଯାହାର ରେକର୍ଡ଼କୁ ଏ ପର୍ଯ୍ୟନ୍ତ କେଉଁ ଫିଲ୍ମ ବ୍ରେକ୍ କରି ପାରି ନାହାନ୍ତି । ୨୫୦କୋଟିରେ ତିଆରି ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ୧୮୦୦ କୋଟି ଟଙ୍କା ଆୟ କରିଥିଲା ।
/sambad/media/post_attachments/wp-content/uploads/2018/07/download-4-9-300x166.jpg)